ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ନିଜର ଦ୍ୱିତୀୟ ସୋ’ ରୁମ ଖୋଲିଛି ଲାଲଚାନ୍ଦ ଜୁଏଲର୍ସ। ନନ୍ଦନକାନନ ରୋଡର ରଘୁନାଥପୁରଠାରେ ସୋମବାର ଏହି ନୂଆ ସୋ’ ରୁମ୍ ଖୋଲା ହୋଇଛି। ସୋମବାର ଗଣେଶ ପୂଜା ଅବସରରେ ବଲିଉଡ୍ ଅଭିନେତ୍ରୀ ସୋନମ କପୁର ଏହାକୁ ଉଦଘାଟନ କରିଛନ୍ତି। ତାଙ୍କ ସହ ଏହି ଉଦଘାଟନରେ ଲାଲଚାନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ସଂଜୟ ହଂସ ଓ ବ୍ରାଣ୍ଡ ଆମ୍ବାସାଡର ତଥା ଓଲିଉଡ୍ ହିରୋଇନ୍ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଉପସ୍ଥିତ ଥିଲେ।

୩୦ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଏହି ନୂଆ ସୋ’ରୁମରେ ଗ୍ରାହକ ପାରମ୍ପରିକ ଡିଜାଇନ୍ ସହ ଅତ୍ୟାଧୁନିକ ଡିଜାଇନର ସୁନା ଗହଣା ସହ ରୂପା ଓ ହୀରାରେ ନିର୍ମିତ ଗହଣା ଗ୍ରାହକଙ୍କ ଚାହିଦା ପୂରଣ କରିପାରିବ ବୋଲି କୁହାଯାଇଛି।

ଉଦଘାଟନ ପରେ ବର୍ତ୍ତମାନ ସୋ’ରୁମରେ ଗ୍ରାହକ ମାନଙ୍କୁ ଆକର୍ଷଣୀୟ ଅଫର୍ ପ୍ରଦାନ କରାଯାଉଛି। ସୁନା ଗହଣାର ଗଢାମଜୁରୀ ଗ୍ରାମ ପ୍ରତି ମାତ୍ର ୨୯୯ଟଙ୍କା ରହିଛି। ସେହିଭଳି ହୀରା ଉପରେ ୨୦ ପ୍ରତିଶତ , ରୂପାର ଗଢା ମୂଲ୍ୟରେ ୫୦ ପ୍ରତିଶତ, ଫେସନ ଜୁଏଲାରୀ ଉପରେ ୩୦ ପ୍ରତିଶତ, ବ୍ରାଣ୍ଡ ହାତଘଣ୍ଟା ଉପରେ ୨୦ ପ୍ରତିଶତ ଓ ଲାଇଫ୍ ଷ୍ଚାଇଲ ଉତ୍ପାଦ ଉପରେ ୧୦ ପ୍ରତିଶତ ରିହାତି ଦିଆଯାଉଛି।

ସେହିଭଳି ୨୫ହଜାର ଟଙ୍କାରୁ ଅଧିକ ମୂଲ୍ୟର ରୂପା ବାସନକୁସନ କିଣିଲେ ଗ୍ରାହକଙ୍କୁ ଗୋଟିଏ ସ୍ୱର୍ଣ୍ଣମୁଦ୍ରା ମାଗଣା ଦିଆଯାଉଛି। ଏହି ସବୁ ଅଫର ଚଳିତ ମାସ ୨ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ରହିବ।

ଜୁଏଲର୍ସ ସହ ଏହି ସୋ ରୁମରେ ଆଉ ଦୁଇଟି ରୋସ୍ତୋରାଁ ଖୋଲାଯାଇଛି। ହୋଟେଲ ନିଉ ମାରିଅନ୍ ପକ୍ଷରୁ ‘ ବ୍ଲିଙ୍ଗ୍ ଇଟ୍ ଅନ୍ କୋର୍ଟୟାର୍ଡ ’ ଓ ‘ କନଫେଟି ’ ନାମରେ ଏହି ଦୁଇ ରୋସ୍ତୋରାଁ ଖୋଲିଛି।

Comment