ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀରେ ବସ୍‌ଗୁଡିକ ଉପରେ ଲାଗିଲା ଟ୍ରାଫିକ୍ କଟକଣା। ଏଣିକି ଯେକୌଣସି ସ୍ଥାନରେ ବସ୍‌ ରଖି ଯାତ୍ରୀଙ୍କୁ ବସ୍‌ରେ ଉଠାଇପାରବେନି। ଏନେଇ ନୂଆ ନିୟମ ଜାରି କରିଛି କମିଶନରେଟ ପୋଲିସ।

ଭୂବନେଶ୍ୱରରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବାର ଅନ୍ୟତମ ମୁଖ୍ୟ କାରଣ ହେଲା ଜନଗହଳି ପୂର୍ଣ୍ଣ ଛକମାନଙ୍କରେ ବସ୍‌ଗୁଡିକର ଯାତ୍ରୀ ଉଠେଇବା। ଏହି ସମସ୍ୟାର ସମାଧାନ ପାଇଁ ଟ୍ରାଫିକ୍ ଆଣିଛି ନୂଆ ବ୍ୟବସ୍ଥା। ବରମୁଣ୍ଡାରୁ ପଳାଶୁଣୀ ପର୍ଯ୍ୟନ୍ତ ରାସ୍ତାକୁ ‘ନୋ ଓଭରଟେକିଂ’ ଜୋନ ଭାବରେ ଘୋଷଣା କରାଯାଇଛି।

ଏହା ଫଳରେ ବରମୁଣ୍ଡାରୁ ପଳାଶୁଣୀ ମଧ୍ୟରେ ବସ୍‌ଗୁଡିକ ଓଭରଟେକିଂ କରିପାରିବେନି। ଏହାସହ ରାତ୍ରିକାଳୀନ ବସ ଗୁଡିକ ବରମୁଣ୍ଡାରୁ  ବାହାରି ଓଭରବ୍ରିଜ ଉପର ଦେଇ ଯାତ୍ରା କରିବ।

ଯାତ୍ରୀମାନେ ସିଧାସଳଖ ବରମୁଣ୍ଡା କିମ୍ବା ପଳାଶୁଣୀରେ ବସ୍‌ରେ ଚଢିପାରିବେ।  ଏହାସହ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବରମୁଣ୍ଡା ଓ ପଳାଶୁଣୀ ମଧ୍ୟରେ ଆଉ ଆଉ ଅଳ୍ପ କେତୋଟି ବସ୍‌ ଷ୍ଟପେଜ୍ ଚିହ୍ନଟ କରିବାକୁ ବସ୍‌ ମାଲିକ ସଂଘକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ଏହି ବସ୍‌ ଷ୍ଟପେଜ ଚିହ୍ନଟ ପାଇଁ ବସମାଲିକ ମାନଙ୍କୁ ୫ ଦିନର ମହଲତ ଦିଆଯାଇଛି।  ତେବେ ଏହାପରେ ଯଦି କୌଣସି ବସ ଏହି ନିୟମ ଉଲଘଂନ କରନ୍ତି ତେବେ ଆସନ୍ତା ୭ ତାରିଖରୁ ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯିବ ବୋଲି ସୂଚନା ମିଳିଛି।

Comment