ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ସିଦ୍ଧରମୈୟାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଏୟାରପୋର୍ଟରେ ସର୍ବ ସମ୍ମୁଖରେ ନିଜର ଜଣେ ସହଯୋଗୀଙ୍କୁ ଚାପୁଡ଼ା ମାରି ସେ ଆଜି ଚର୍ଚ୍ଚା ପରିସରକୁ ଆସିଛନ୍ତି। ତାଙ୍କର ଏଭଳି ବ୍ୟବହାରକୁ ଏବେ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

ବୁଧବାର କୌଣସି କାମ ପାଇଁ ସିଦ୍ଧରମୈୟା ମୈଶୂର ଏୟାରପୋର୍ଟରେ ପହଁଚିଥିଲେ। ସେଠାରେ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ପରେ ତାଙ୍କର ଜଣେ  ସହଯୋଗୀ ତାଙ୍କ କାନରେ ଆଣି ଫୋନ୍‌ ଲଗାଇଥିଲେ। ଏହାପରେ ହଠତ ସିଦ୍ଧରମୈୟା ସହଯୋଗୀଙ୍କୁ ଚାପୁଡ଼ା ମାରିଥିଲେ। ତେବେ ସିଦ୍ଧରମୈୟା କାହିଁକି ଚାପୁଡ଼ା ମାରିଲେ କଲେ ତାହା ଜଣାପଡ଼ିନି।

Comment