ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରିଷ୍ଠ କଂଗ୍ରେସ ନେତା ଡି କେ ଶିଭକୁମାରଙ୍କୁ ଇଡି ଅଡୁଆ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶିଭକୁମାରଙ୍କୁ ସେପ୍ଟେମ୍ବର ୧୩ ଯାଏଁ ରିମାଣ୍ଡରେ ନେଇଛି। ମନି ଲଣ୍ଡରିଂ ମାମଲାରେ ଅଧିକ ଜେରା କରିବା ପାଇଁ ଇଡି କୋର୍ଟରେ ୧୪ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା। ହେଲେ କୋର୍ଟ ୧୦ ଦିନ ପାଇଁ ମଞ୍ଜୁରୀ ଦେଇଛନ୍ତି।

ବେଆଇନ ଅର୍ଥ କାରବାର ମାମଲାରେ ମଙ୍ଗଳବାର ଇଡି ଶିବକୁମାରଙ୍କୁ ଗିରଫ କରିଥିଲା। ଗିରଫ୍‌ ପୂର୍ବରୁ ମଧ୍ୟ ଇଡି ନଜରରେ ସେ ଥିଲେ। ଗିରଫ୍‌ ପୂର୍ବରୁ ୫ ଦିନ ଧରି ଏହି ମାମଲାକୁ ଇଡି ଶିବକୁମାରଙ୍କୁ ପଚରା ଉଚରା କରୁଥିଲା।

ଆସନ୍ତା ସେପ୍ଟେମ୍ବର ୧୩ ଯାଏଁ ଇଡି ଶିବକୁମାରଙ୍କୁ ନିଜ ହେପାଜତରେ ରଖିବ। ସେପ୍ଟେମ୍ବର ୧୪ରେ ଦିଲ୍ଲୀ ରଜ ଏଭନ୍ୟୁ କୋର୍ଟରେ ହାଜର ହେବେ ଶିବକୁମାର।

Comment