ଓଡ଼ିଶାଲାଇଭ୍‌ ବ୍ୟୁରୋ

ରୋଷେଇରେ ମସଲାଭାବେ ବ୍ୟବହୃତ ହେଉଥିବା ଗୋଲମରିଚର ବହୁ ଔଷଧୀୟ ଗୁଣ ରହିଛି। ତେଣୁ ନିୟମିତ ଭାବେ ଏହାକୁ ଖାଇଲେ ଆପଣ ଉପକାର ପାଇପାରିବେ।

ଆୟୁର୍ବେଦ ଅନୁସାରେ ସକାଳୁ ଖାଲି ପେଟରେ ଉଷୁମ ପାଣି ଓ ଗୋଲମରିଚ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ବିକାର ଦୂର ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

ଖାଲି ପେଟରେ ଗୋଲମରିଚ ଖାଇବା ଦ୍ୱାରା ଶରୀରର ଚର୍ବି କମ୍ ହୋଇଥାଏ। ଯାହାଫଳରେ କି ଓଜନହ୍ରାସ ହେବାରେ ସହାୟତା ମିଳିଥାଏ।

ଥଣ୍ଡା ହୋଇଥିଲେ ଗରମକ୍ଷୀର ସହିତ ଗୋଲମରିଚ ଖାଇଲେ ଉପଶମ ମିଳେ।

ନିୟମିତ ଭାବରେ ପାଣିରେ ଗୋଲମରିଚ ମିଶାଇ ପିଇଲେ ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂରକରିଥାଏ।

Comment