ଓଡ଼ିଶାଲାଇଭ୍ ବ୍ୟୁରୋ

 

ଉପବାସରେ ରହିଛନ୍ତି ଲିଙ୍ଗରାଜ। ପ୍ରଭୁଙ୍କ ସବୁ ନୀତିକାନ୍ତି ବନ୍ଦ ରହିଛି। ଗଙ୍ଗୁଆ କେନାଲ କୂଳରେ ପ୍ରଭୁ ଲିଙ୍ଗରାଜଙ୍କ ଜମିରୁ ଜବରଦଖଲ ଉଚ୍ଛେଦ ଦାବିରେ ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ ନୀତି ବନ୍ଦ କରିଛନ୍ତି।

ପ୍ରଶାସନର ଅବହେଳା ହେତୁ ଜବରଦଖଲ ଅଧିକ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। କିଛି ଲୋକ ମନ୍ଦିର ଜମିକୁ ହଡ଼ପ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଗଙ୍ଗୁଆ ନାଳ କୂଳରେ ଶହ ଶହ ଏକର ଠାକୁରଙ୍କ ଜମିକୁ ସ୍ଥାନୀୟ ଲୋକେ ବର୍ଷ ବର୍ଷ ଧରି ନିଜ ଅକ୍ତିଆରରେ ରଖି ଆସିଛନ୍ତି। ଜବରଦଖଲକାରୀଙ୍କ ଉପରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ମନ୍ଦିର ନୀତି ବନ୍ଦ କରାଯାଇଥିବା କୁହାଯାଉଛି।

Comment