ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀ ଶ୍ରୀ ରୁରାଲ ଡେଭେଲପ୍‌ମେଣ୍ଟ ଟ୍ରଷ୍ଟ ପକ୍ଷରୁ ବୁଧବାର ୧୦୦୦ରୁ ଅଧିକ ଯୁବକ ଯୁବତୀମାନଙ୍କୁ ଭୁବନେଶ୍ୱରସ୍ଥିତ ରେଲଓ୍ଵେ ଅଡିଟୋରିୟମରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସାର୍ଟିଫିକେଟ୍‌ ସହ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ କ୍ରୀଡା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ କହିଥିଲେ, ‘‘ଏସ୍ଏସ୍ଆରଡିପି ଯେପରି ଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ କାର୍ଯ୍ୟକ୍ରମ କରୁଛି ତାହା ବାସ୍ତବରେ ସ୍ଵାଗତଯୋଗ୍ୟ। ଯୁବକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ଵାବଲମ୍ବୀ ହୋଇପାରିବେ।’’

ଏହି କାର୍ଯ୍ୟକ୍ରମରେ ଆର୍ଟ ଅଫ ଲିଭିଙ୍ଗ୍‌ର ମୁଖ୍ୟ ସଦସ୍ୟ ଦାଶରଥୀ ମିଶ୍ର, ଲଳିତ ମହାନ୍ତି, ଏସ୍‌ଏସ୍‌ଆରଡିପି ଅତିରିକ୍ତ ନିର୍ଦ୍ଦେଶିକା ତପସ୍ୟା ପ୍ରମୁଖ ଉପସ୍ଥିତ ଥିଲେ।

ଏଠାରେ ଯୁବକ ଯୁବତୀମାନେ ବିୟୁଟି ପାର୍ଲର, ଜିମ୍ ଯୋଗ ସେଣ୍ଟର ବା ଛୋଟ ଛୋଟ ବ୍ୟବସାୟ କରିବା ପାଇଁ ଏଠାରେ ତାଲିମ୍ ଦିଆଯାଉଛି।

ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ତତ୍ୱ ମାଇକ୍ରୋ ଲେବୁଲ୍ ଏଣ୍ଟ୍ରୋପ୍ରେମିଓରସିପ୍ ପାଇଁ ୧୦୦ଜଣ ଯୁବକ ଯୁବତୀଙ୍କୁ ମାନପତ୍ର ଓ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଛି।

ଗତ ଏକ ବର୍ଷ ମଧ୍ୟରେ ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ୧୦ହଜାରରୁ ଅଧିକ ଯୁବକ ଯୁବତୀମାନଙ୍କୁ ଏଠାରେ ତାଲିମ ଦିଆଯାଉଛି।

ଏହି ଟ୍ରଷ୍ଟ ୨୦୦୧ ମସିହାରେ ଆର୍ଟ ଅଫ୍ ଲିଭିଙ୍ଗ୍ ଅଧିନରେ ଭାରତରେ କାର୍ଯ୍ୟ କରିଆସୁଛି। ଗ୍ରାମାଞ୍ଚଳରେ ବିଭିନ୍ନ ସଂଗଠନକୁ ବା ଯୁବକ ଯୁବତୀମାନଙ୍କୁ ଏକତ୍ରିତ କରି ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ମଜଭୁତ କରିବା ଏହାର ଲକ୍ଷ୍ୟ ରହିଛି।

ରାଜ୍ୟର ଯୁବକମାନଙ୍କୁବିଭିନ୍ନ ଧନ୍ଦା ମୂଳକ ପ୍ରଶିକ୍ଷଣ, ଛୋଟ ଛୋଟ ବ୍ୟବସାୟ, ଜଳ ପରିମଳ, ନଦୀ ପରିଷ୍କାର, ବିଦ୍ୟୁତ୍ ସଞ୍ଚୟ ଆଦି କାର୍ଯ୍ୟକ୍ରମ କରି ଲୋକମାନଙ୍କୁ ସହାୟତା ମଧ୍ୟ ଦିଆଯାଉଛି।

ଆର୍ଟ ଅଫ ଲିଭିଙ୍ଗ ଓ ଏସ୍‌ଏସ୍‌ଆରଡିପିର ମିଳିତ ଉଦ୍ୟମରେ ଏହା ସାରା ଭାରତରେ ସଫଳତାର ସହ କାର୍ଯ୍ୟ କରି ଆସୁଛି।

Comment