ଓଡ଼ିଶାଲାଇଭ୍ ବ୍ୟୁରୋ

 ଜାଣନ୍ତୁ, ମୋବାଇଲ୍ ଫୋନ୍ ବୈଦ୍ୟୁତିକ ଚୁମ୍ବକୀୟ କ୍ଷେତ୍ରରୁ(ଆରଏଫ୍‍) କିପରି ରହିବେ ସୁରକ୍ଷିତ?

 ମୋବାଇଲ୍ ଫୋନ୍ ଏବେ ସାରା ପୃଥିବୀରେ ବହୁଳ ଭାବରେ ବ୍ୟବହୃତ ହେଉଛି। ମୋବାଇଲ୍ ଫୋନ୍ ବା ସେଲୁଲାର୍ ଫୋନ୍ ଏବେ ଆଧୁନିକ ଟେଲି ଯୋଗାଯୋଗର ଏକ ଅଭିନ୍ନ ଅଙ୍ଗ ପାଲଟିଛି। ସାରା ପୃଥିବୀର ଅଧାରୁ ଅଧିକ ବ୍ୟକ୍ତି ଏବେ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି। ଅନ୍ୟାନ୍ୟ ଫୋନ୍ ତୁଳନାରେ ମୋବାଇଲ୍ ଫୋନ୍ ସର୍ବାଧିକ ଭରସାଯୋଗ୍ୟ ସାବ୍ୟସ୍ତ ହୋଇଛି। ମୋବାଇଲ୍ ଫୋନ୍‌ର ବହୁଳ ବ୍ୟବହାର କାରଣରୁ ଜନସାଧାରଣଙ୍କ ଉପରେ ଏହାର ପ୍ରଭାବ ବିଷୟରେ ଅନୁସନ୍ଧାନ କରିବା, ବୁଝିବା ଓ ସାବଧାନତା ଅବଲମ୍ବନ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି।

  • ଇଣ୍ଟରନ୍ୟାସନାଲ ଏଜେନ୍ସି ଫର୍ ରିସର୍ଚ୍ଚ ଅନ୍ କ୍ୟାନସର୍ ମୋବାଇଲ୍ ଫୋନ୍‌ରୁ ଉତ୍ପନ୍ନ ହେଉଥିବା ବୈଦ୍ୟୁତିକ ଚୁମ୍ବକୀୟ କ୍ଷେତ୍ରକୁ ମନୁଷ୍ୟମାନଙ୍କ ପାଇଁ ସମ୍ଭବତଃ କାର୍ସିନୋଜେନିକ ବା କର୍କଟର କାରଣ ଭାବରେ ବର୍ଗୀକୃତ କରିଛି।
  • ମୋବାଇଲ୍ ଫୋନ୍ ବ୍ୟବହାରର ସମ୍ଭାବ୍ୟ ଦୀର୍ଘକାଳୀନ ପ୍ରଭାବଗୁଡ଼ିକ ବିଷୟରେ ଅଧିକ ଜାଣିବା ପାଇଁ ବିଭିନ୍ନ ଅଧ୍ୟୟନ ଚାଲିଛି।
  • ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ରେଡ଼ିଓ ଫ୍ରିକ୍ୟୁଏନ୍ସି ଫିଲ୍ଡ କାରଣରୁ ସ୍ୱାସ୍ଥ୍ୟପ୍ରତି ବିପଦର ଆଶଙ୍କା ସମ୍ପର୍କରେ ଗବେଷଣା ପରିଚାଳନା କରୁଛି।

ମୋବାଇଲ୍ ଫୋନଗୁଡ଼ିକ ଫିକ୍ସଡ ଆଣ୍ଟିନାର ଏକ ନେଟୱର୍କ ମାଧ୍ୟମରେ ରେଡିଓ ତରଙ୍ଗ ଟ୍ରାନ୍ସମିଟ୍ କରି ଯୋଗାଯୋଗ କରିଥାଏ, ଯାହାକୁ କି କୁହାଯାଏ ବେସ୍ ଷ୍ଟେସନ୍। ରେଡ଼ିଓ ଫ୍ରିକ୍ୟୁଏନ୍ସି ତରଙ୍ଗଗୁଡ଼ିକରେ ବୈଦ୍ୟୁତିକ ଚୁମ୍ବକୀୟ କ୍ଷେତ୍ର ରହିଥାଏ ଏବଂ ଏହା ଏକ୍ସରେ କିମ୍ବା ଗାମାରେ ପରି ଆୟୋନାଇଜିଂ ରାଡିଏସନ୍ ହୋଇନଥାଏ। ଏହା ମନୁଷ୍ୟ ଶରୀରର ରାସାୟନିକ ବନ୍ଧ ଭାଙ୍ଗିପାରେ ନାହିଁ କିମ୍ବା ଆୟୋନାଇଜେସନ୍ ଉତ୍ପନ୍ନ କରିପାରେ ନାହିଁ।

ଉନ୍ମୁକ୍ତତାର ସ୍ତରଗୁଡ଼ିକ

ମୋବାଇଲ୍ ଫୋନ୍‌ଗୁଡ଼ିକରେ କମ୍ କ୍ଷମତାସମ୍ପନ୍ନ ଟ୍ରାନ୍ସମିଟର ରହିଥାଏ, ଏହା ୪୫୦ ଏବଂ ୨୭୦୦ ମେଗା ହର୍ଜ ଫ୍ରିକ୍ୟୁଏନ୍ସି ମଧ୍ୟରେ କାର୍ଯ୍ୟ କରିଥାଏ। ଏବଂ ସର୍ବାଧିକ ପାୱାର ୦.୧ରୁ ୨ ୱାଟ୍ ମଧ୍ୟରେ ରହିଥାଏ। ଯେତେବେଳେ ହ୍ୟାଣ୍ଡସେଟ୍ ଅନ୍ ରହିଥାଏ ସେତେବେଳେ ହିଁ କେବଳ ପାୱାର ଟ୍ରାନ୍ସମିଟ୍ କରେ। ଏଣୁ ହ୍ୟାଣ୍ଡସେଟଠାରୁ ଦୂରତା ବୃଦ୍ଧି ପାଇବା ସହ ପାୱାର୍ ଦ୍ରୁତ ଗତିରେ ହ୍ରାସ ପାଇଥାଏ (ତେଣୁ ଉପଭୋକ୍ତାଙ୍କ ପ୍ରତି ରେଡ଼ିଓ ଫ୍ରିକ୍ୟୁଏନ୍ସି ଉନ୍ମୁକ୍ତତା ମଧ୍ୟ ହ୍ରାସ ପାଏ)। ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ବ୍ୟକ୍ତି ଯଦି ଫୋନ୍‌କୁ ଶରୀରଠାରୁ ୩୦-୪୦ ସେଣ୍ଟିମିଟର ଦୂରରେ ରଖନ୍ତି -ଟେକ୍ସଟ ମ୍ୟାସେଜ୍ କଲାବେଳେ, ଇଣ୍ଟରନେଟ୍ ଦେଖିଲା ବେଳେ କିମ୍ବା ଏକ ‘‘ହ୍ୟାଣ୍ଡସ୍ ଫ୍ରି’’ ଡିଭାଇସ୍ ବ୍ୟବହାର କରନ୍ତି, ଏହା ଫଳରେ ମୁଣ୍ଡ ପାଖରେ ହ୍ୟାଣ୍ଡସେଟ୍ ଧରିବା ତୁଳନାରେ ରେଡିଓ ଫ୍ରିକ୍ୟୁଏନ୍ସି  କ୍ଷେତ୍ର ପ୍ରତି ଉନ୍ମୁକ୍ତତା ବହୁମାତ୍ରାରେ ହ୍ରାସ ପାଇବ।

‘‘ହ୍ୟାଣ୍ଡସ ଫ୍ରି ଡିଭାଇସ୍ ବ୍ୟବହାର କରିବା ସହିତ ମୋବାଇଲ୍ ଫୋନ୍ କଲ୍ ସମୟରେ ମୁଣ୍ଡ ଓ ଶରୀରଠାରୁ ଦୂରେଇ ରହିଥାଏ, ଏହାସହିତ କଲର ଦୀର୍ଘତା ଓ ସଂଖ୍ୟା ସୀମିତ କରି ମଧ୍ୟ ଏହି ଉନ୍ମୁକ୍ତତା ହ୍ରାସ କରାଯାଇପାରିବ। ଯେଉଁ ସ୍ଥାନରେ ଭଲ ନେଟୱର୍କ ଆସୁଥାଏ ସେଠାରେ ଫୋନ୍ ବ୍ୟବହାର କରିବା ଫଳରେ ଫୋନ୍ କମ୍ ପାୱାର ଟ୍ରାନ୍ସମିଟ୍ କରିଥାଏ। ରେଡିଓ ଫ୍ରିକ୍ୟୁଏନ୍ସି ଫିଲ୍ଡ ଉନ୍ମୁକ୍ତତା ହ୍ରାସ କରିବା ପାଇଁ କମର୍ସିଆଲ୍ ଡିଭାଇସର ବ୍ୟବହାର ପ୍ରଭାବଶାଳୀ ପ୍ରମାଣିତ ହୁଏ ନାହିଁ।

ବିଭିନ୍ନ ଡାକ୍ତରଖାନା ଏବଂ ବିମାନରେ ମୋବାଇଲ୍ ଫୋନକୁ ବାରଣ କରାଯାଇଥାଏ କାରଣ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋ ମେଡିକାଲ୍ ଡିଭାଇସ୍ ଏବଂ ନାଭିଗେସନ୍ ସିଷ୍ଟମରେ ଏହା ବିଭ୍ରାଟ ସୃଷ୍ଟି କରିପାରେ।

ପିଲାମାନେ ସେଲ୍ଫୋନ୍ ବ୍ୟବହାର କଲାବେଳେ ଆରଏଫ୍ ଉନ୍ମୁକ୍ତତା କମ୍ କରିବା ପାଇଁ କରିପାରିବେ:

  • ମୋବାଇଲକୁ ଖେଳନା ପରି ସବୁବେଳେ ପିଲାକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ ପ୍ରଥମତଃ ଅତି ସାନ ପିଲାମାନଙ୍କୁ ମୋବାଇଲ୍ ବ୍ୟବହାର ନ କରିବା ପାଇଁ ଉତ୍ସାହିତ କରିବା
  • ସେଲ୍‌ ଫୋନ୍‌ରେ ବିତାଉଥିବା ସମୟ ପରିମାଣ ହ୍ରାସ କରିବେ
  • ମୁଣ୍ଡ ଓ ସେଲ୍‌ ଫୋନ୍ ମଧ୍ୟରେ ଦୂରତା ଅଧିକ ରଖିବା ପାଇଁ ହେଡ୍ ସେଟ୍ କିମ୍ବା ସ୍ପିକର୍ ମୋଡ଼୍ ବ୍ୟବହାର କରିବେ
  • ରାତିରେ ଶରୀରଠାରୁ ଦୂରରେ ଫୋନ୍‍ ରଖି ଶୁଅନ୍ତୁ
  • ଫୋନ୍‌ ବ୍ୟବହାର କରୁ ନ ଥିବା ସମୟରେ ଶରୀରଠାରୁ ଦୂରରେ ରଖନ୍ତୁ, ଯେମିତି କି କାମ କଲାବେଳେ ପକେଟରେ ନ ରଖି ଟେବୁଲ ଉପରେ ରଖନ୍ତୁ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ ବୈଦ୍ୟୁତିକ ଚୁମ୍ବକୀୟ କ୍ଷେତ୍ରର ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବର ମୂଲ୍ୟାୟନ ପାଇଁ ବିଭିନ୍ନ ଗବେଷଣାକୁ ଉତ୍ସାହିତ କରାଯାଉଛି, କିନ୍ତୁ ଖୁବ୍ କମ୍ ପରିମାଣର ଆର୍‌ ଏଫ୍ର ପ୍ରଭାବ ବିକଶିତ ହେବା ପାଇଁ ଦୀର୍ଘ ସମୟ ଲାଗିଥାଏ। ୯୦ ଦଶକରୁ ମୋବାଇଲ୍‌ର ବ୍ୟବହାର ବୃଦ୍ଧି ପାଇଛି। ତେଣୁ ବର୍ତ୍ତମାନ ମୋବାଇଲ୍‌ର ଆର୍‌ଏଫ୍‌ର ପ୍ରଭାବ ବିଷୟରେ ବିଶେଷ ଗବେଷଣା ତଥ୍ୟ ହସ୍ତଗତ ହୋଇନାହିଁ। କିନ୍ତୁ ସାବଧାନତାର ସହ ମୋବାଇଲ୍ ଫୋନ୍ ବ୍ୟବହାର କରିବା ନିଶ୍ଚୟ ସ୍ୱାସ୍ଥ୍ୟ ପାଇଁ ହିତକର।

Comment