ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପ୍ରମୁଖ ସାଇବର ସିକ୍ୟୁରିଟି ଡେଭଲପ୍‌ମେଣ୍ଟ ଆଣ୍ଡ ଓ୍ୱେବ୍‌ ଓ ସଫ୍ଟଓ୍ୱେୟାର ସଲ୍ୟୁସନ କମ୍ପାନି ଗ୍ଲୋବାଲ ଟେକ୍ ପ୍ରମୋଟରର୍ସ (ଜିଟିପି) ନୂଆ ଶାଖା ଥ୍ରେଟ୍ସିସ୍ ସ୍ଥାନୀୟ ଇନ୍‌ଫୋସିଟିଠାରେ ଉଦ୍‌ଘାଟିତ ହୋଇଛି। ଏହି କାର୍ଯ୍ୟାଳୟକୁ କମ୍ପାନିର କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପକ କୁମାର ନାଥ ଉଦ୍‌ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ କମ୍ପାନିର ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଥ୍ରେଟ୍‌ସିସ୍‌ ବର୍ତ୍ତମାନ ବିଭିନ୍ନ ସହବନ୍ଧିତ କମ୍ପାନି ଆଫ୍ରିକା, ଅଷ୍ଟ୍ରେଲିଆ, ୟୁଏସ ଓ କତାର ପ୍ରମୁଖ କମ୍ପାନିମାନଙ୍କ ସହ କାର୍ଯ୍ୟ କରି ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ସୁନାମ ଅର୍ଜନ କରିଛି। ସାଇବର ସିକ୍ୟୁରିଟି ମୋବାଇଲ ଆପ୍ଲିକେସନ ସୁରକ୍ଷା ଦିଗରେ ନିଜର ଅଦମ୍ୟ କାର୍ଯ୍ୟ ଜାରି ରଖିବ ବୋଲି ଶ୍ରୀ ନାଥ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

Comment