ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଦେଶରେ କମାଲ କରିଛନ୍ତି ଭାରତୀୟ ଛାତ୍ର। ମାତ୍ର ୧୩ ବର୍ଷ ବୟସରେ ଦୁବାଇରେ ଏକ ସଫ୍ଟଓୟାର କମ୍ପାନିର ମାଲିକ ହୋଇପାରିଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୯ ବର୍ଷ ବୟସରେ ସେ ଏକ ମୋବାଇଲ୍ ଆପ୍ଲିକେସନ ବିକାଶିତ କରିଥିଲେ। ଏହି ଭାରତୀୟ ଛାତ୍ରଙ୍କ ନାଁ ହେଉଛି ଆଦିତ୍ୟନ୍ ରାଜେଶ। କେରଳର ଥିରୁଭଲ୍ଲାରେ ତାଙ୍କର ଜନ୍ମ।

ତାଙ୍କୁ ଯେତେବେଳେ ୫ ବର୍ଷ ହୋଇଥିଲା ତାଙ୍କ ପରିବାର ଦୁବାଇ ଚାଲି ଯାଇଥିଲେ। ସେଠାରେ ପ୍ରଥମେ ତାଙ୍କ ବାପା ତାଙ୍କୁ ବିବିସି ଟାଇପିଂ ନାମକ ୱେବସାଇଟ୍ ଦେଖାଇଥିଲେ। ଛୋଟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏହି ୱେବସାଇଟ୍ ମାଧ୍ୟମରେ ଜଣେ ଟାଇପିଂ ଶିଖି ପାରିଥାନ୍ତି। ୫ ବର୍ଷ ବୟସରେ କମ୍ପ୍ୟୁଟର ଶିଖିଥିବା ଏବଂ ୯ ବର୍ଷ ବୟସରେ ମୋବାଇଲ ଆପ୍ ବିକାଶ କରିଥିବା ରାଜେଶ ଏବେ ୧୩ ବର୍ଷ ବୟସରେ ଏକ କମ୍ପାନିର ମାଲିକ ହୋଇପାରିଛନ୍ତି।

ତାଙ୍କ କମ୍ପାନିର ନାମ ଟ୍ରିନେଟ୍ ସଲ୍ୟୁସନ୍ସ ରହିଛି। ଏବେ ତାଙ୍କ କମ୍ପାନି ଗ୍ରାହକଙ୍କ ପାଇଁ ଲୋଗୋ ଓ ୱେବସାଇଟ୍ ବିକାଶ କରୁଛି। ଏହି କମ୍ପାନିରେ ଏବେ ୩ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ତେବେ ତାଙ୍କ ସଂସ୍ଥା ଏବେ କମ୍ପାନି ଭାବେ କାର୍ଯ୍ୟ କରୁଛି। ୧୨ଜଣରୁ ଅଧିକ ଗ୍ରାହକଙ୍କୁ ତାଙ୍କ ସଂସ୍ଥା ଏବେ ବିନା ମୂଲ୍ୟରେ ସେବା ଯୋଗାଉଛି ବୋଲି ରାଜେଶ କହିଛନ୍ତି।

Comment