ଓଡ଼ିଶାଲାଇଭ୍ ବ୍ୟୁରୋ

powerful women

ପୁରୁଷ ପ୍ରାଧାନ୍ୟ ସମାଜରେ ଏମାନେ ବି ଅଧିକାଂଶ ସମୟରେ ନିଜର ହକ୍ ଛଡ଼ାଇନେଇଛନ୍ତି। ଯେତେବେଳେ ସେମାନେ ବାହାରକୁ ପାଦ କାଢ଼ିବା କଷ୍ଟକର ଥିଲା, ସେତେବେଳେ ସେମାନେ ନିଜନିଜ କ୍ଷେତ୍ରରେ କେବଳ ସଫଳତା ହାସଲ କରିଛନ୍ତି ତାହା ନୁହେଁ, ବରଂ ପୁରୁଷଙ୍କଠାରୁ ଶ୍ରେଷ୍ଠ ବୋଲି ପ୍ରମାଣିତ କରିଛନ୍ତି। ଅନେକ କ୍ଷେତ୍ରରେ ମହିଳାମାନେ ପ୍ରବେଶ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ମହିଳାମାନଙ୍କୁ ଇତିହାସ ମନେ ରଖିଛି, ଯାହା ସମସ୍ତଙ୍କର ଜାଣିବା ଦରକାର।

ଆନା ଚାଣ୍ଡି: ପ୍ରଥମ ମହିଳା ବିଚାରପତି। ଜନ୍ମ କେରଳ ତ୍ରିଭେନ୍ଦ୍ରମରେ। ଯେତେବେଳେ ମହିଳାମାନେ ନିଜ ନ୍ୟାୟ ପାଇଁ ମୁହଁ ଖୋଲିବାକୁ ସାହାସ କରୁ ନ ଥିଲେ,  ସେତେବେଳେ ଆନାଚାଣ୍ଡି ଆଇନ ପାଠ ପଢ଼ିବା ସହ ଲୋକଙ୍କ ନ୍ୟାୟ ପାଇଁ ଲଢ଼େଇ କରିଥିଲେ। ବିଶେଷ କରି ମହିଳା ଅଧିକାର ପାଇଁ ଲଢ଼େଇ କରିଥିଲେ। ସେ ରାଜ୍ୟର ପ୍ରଥମ ମହିଳା ଭାବେ ଆଇନ ପଢ଼ିଥିଲେ। ପ୍ରଥମେ ମୁନସିଫ୍, ଦେୱାନ ତା ପରେ ଜିଲ୍ଲା ଜଜ୍ ହୋଇଥିଲେ। ସେ ୧୯୫୯ରେ କେରଳ ହାଇକୋର୍ଟର ବିଚାରପତି ହୋଇଥିଲେ। ଅବସର ପରେ ସେ ଭାରତୀୟ ଲ କମିଶନ ପଦବି ଅଳଙ୍କୃତ କରିଥିଲେ।

lila seith

ଲୀଳା ସେଠ୍: ଲୀଲା ସେଠ୍ ହେଉଛନ୍ତି ଭାରତର ପ୍ରଥମ ମହିଳା ବିଚାରପତି ଯିଏ କୌଣସି ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ।  ଲକ୍ଷ୍ନୌରେ ତାଙ୍କର ଜନ୍ମ। ବ୍ରିଟିସ ସରକାରଙ୍କ ଇମ୍ପେରିଆଲ ରେଲୱେ ସର୍ଭିସରେ କାମ କରୁଥିଲେ ତାଙ୍କ ବାପା। ହେଲେ ବାପାଙ୍କ ଅକାଳ ବିୟୋଗ ପରେ ପରିବାର ପୂରା ଅସହାୟ ହୋଇପଡ଼ିଥିଲେ। କିନ୍ତୁ ମାଆଙ୍କ ଉଦ୍ୟମରେ ସେ ପଢ଼ା ସରିବା ପରେ ପ୍ରଥମେ କୋଲକାତାରେ ଷ୍ଟେନୋ ଭାବେ କାମକରୁଥିଲେ। ପରେ ତାଙ୍କ ବିବାହ ହେବା ପରେ ସେ ତାଙ୍କ ସ୍ୱାମୀଙ୍କ ଲଣ୍ଡନ ପଳାଇଥିଲେ। ସେଠାରେ ସେ ଆଇନରେ ଡିଗ୍ରି ହାସଲ କରିବା ପରେ ଲଣ୍ଡନ ବାର୍ ପରୀକ୍ଷାରେ ମଧ୍ୟ ଟପର ହୋଇଥିଲେ। ପରେ ସେ ଭାରତ ଫେରିଆସି ଓକିଲାତି କରିଥିଲେ। ତେବେ ସେ ଦିଲ୍ଲୀ ହାଇକୋର୍ଟର ପ୍ରଥମ ମହିଳା ବିଚାରପତି ହେବାର ଗୌରବ ହାସଲ କରିଛନ୍ତି। ପରେ ପ୍ରଥମ ମହିଳା ଭାବେ ହିମାଚଳପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।

fatima biwi

ଫାତିମା ବିବି: ଫାତିମା ବିବି ପ୍ରଥମ ମହିଳା ଯିଏ ସୁପ୍ରିମକୋର୍ଟର ବିଚାରପତି ହୋଇପାରିଥିଲେ। ସ୍ୱାଧୀନତା ପୂର୍ବରୁ କେରଳରେ ତାଙ୍କର ଜନ୍ମ। ୧୯୫୦ରେ ବାର୍ କାଉନସିଲ ପରୀକ୍ଷାରେ ଟପର ହୋଇଥିଲେ। ପ୍ରଥମେ ସେ ମୁନସିଫ୍ ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ପରେ ସବଜଜ୍, ଚିଫ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ହୋଇଥିଲେ। ୧୯୭୪ରେ ଜିଲ୍ଲା ଜଜ୍ ହୋଇଥିଲେ। ୧୯୮୩ରେ କେରଳ ହାଇକୋର୍ଟର ବିଚାରପତି ହୋଇଥିଲେ। ୧୯୮୯ରେ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

Comment