ଓଡ଼ିଶାଲାଇଭ୍ ବ୍ୟୁରୋ

oxygen

ଭାରତରେ କ’ଣ ଅମ୍ଲଜାନ ଅଭାବ ହୋଇଗଲା! କ’ଣ ପାଇଁ ଭାରତକୁ ଅମ୍ଳଜାନ କିଣିବାକୁ ପଡ଼ିବ। କରୋନା ପାଇଁ ଅମ୍ଳଜାନର ବ୍ୟବହାର ବଢ଼ିଯାଇଥିବାରୁ ମେଡିକାଲ ଅକ୍ସିଜେନ କିଣାଯିବ। ଏହା କିଣିବାଠାରୁ ବଣ୍ଟନ ପାଇଁ ୬୦୦ କୋଟିରୁ ୭୦୦ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅକ୍ସିଜେନ କିଣିବା ପାଇଁ ଏଚଏଲଏଲ ଲାଇଫ କେୟାର ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। 

oxygen_covid19_india

ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ ଡାକ୍ତରଖାନା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅକ୍ସିଜେନ୍ କିଣି ଯୋଗାଇଥାଏ। ଗତ ମଙ୍ଗଳବାର ଦିନର ରିପୋର୍ଟ ଅନୁସାରେ ମୋଟ କରୋନା ରୋଗୀଙ୍କ ମଧ୍ୟରୁ  ୩.୯୭ ପ୍ରତିଶତ ଅମ୍ଳଜାନ ସହାୟତାରେ ରହୁଛନ୍ତି। ଆଇସିୟୁରେ ୨.୪୬ ପ୍ରତିଶତ ଓ ଭେଣ୍ଟିଲେଟର ସହାୟତାରେ ୦.୦୪ ପ୍ରତିଶତ ରୋଗୀ ରହିଛନ୍ତି। ଭାରତରେ ଉତ୍ପାଦିତ ହେଉଥିବା ମେଡିକାଲ ଅକ୍ସିଜେନ ନିଅଣ୍ଟ ପଡ଼ିବାର ଆଶଙ୍କା କରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କାରଣ ଆଗାମୀ ଶୀତଦିନରେ କରୋନା ସ୍ଥିତି ବିଗିଡ଼ିବାର ଆଶଙ୍କା କରାଯାଉଥିବାରୁ , ଆଗୁଆ ଅକ୍ସିଜେନ କିଣି ଗଛିତ ରଖିବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର। ଗତ ମାର୍ଚ୍ଚରେ ଦେଶରେ ଲକଡାଉନ ହୋଇଥିଲା।

oxygen_covid19

ଏହା ପୂର୍ବରୁ ଦେଶର ତରଳ ଅମ୍ଲଜାନ ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକ ଦିନକୁ ୬୪୦୦ ମେଟ୍ରିକ ଟନ୍ ଅମ୍ଳଜାନ ପ୍ରସ୍ତୁତ କରୁଥିବା ବେଳେ, ସେଥିରୁ ୧୦୦୦ ଟନ ମେଡିକାଲରେ ବ୍ୟବହାର ହେଉଥିଲା। ବଳକା ଅକ୍ସିଜେନ ବିଭିନ୍ନ ଶିଳ୍ପାନୁଷ୍ଠାନ ବ୍ୟବହାର କରୁଥିଲେ। ସେପ୍ଟେମ୍ବରରୁ ଅନଲକ୍ ଆରମ୍ଭ ହୋଇଥିବା ବେଳେ ଅକ୍ସିଜେନ ପ୍ରସ୍ତୁତି ସ୍ୱାଭାବିକ ହୋଇଛି। ଦିନକୁ ପ୍ରାୟ ୭ହଜାର ମେଟ୍ରିକ ଟନ ଅକ୍ସିଜେନ ପ୍ରସ୍ତୁତ ହେଉଛି। ସେଥିମଧ୍ୟରୁ ୩୦୯୪ ଟନ୍ ଅକ୍ସିଜେନ କୋଭିଡ୍ ଓ ଅଣ କୋଭିଡ୍ ରୋଗୀଙ୍କ ପାଇଁ ବ୍ୟବହାର ହେଉଛି। ଅକ୍ସିଜେନର ଅଭାବ ହେଉ ନ ଥିଲେ ମଧ୍ୟ, ଆଗୁଆ ସତର୍କତା ପାଇଁ ବିଦେଶୀ ରାଷ୍ଟ୍ରରୁ ଅକ୍ସିଜେନ କିଣିବା ପାଇଁ ଯୋଜନା କରାଯାଇଛି। ଏକଲକ୍ଷ ଟନ୍ ଅକ୍ସିଜେନ ମହଜୁଦ୍ ହୋଇ ରହିଲେ, ଶୀତଦିନରେ ସାମ୍ଭାବ୍ୟ କୋଭିଡ ସଂକ୍ରମଣ ସମୟରେ ସମସ୍ୟା ହେବନାହିଁ।

Comment