ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ ଉଚ୍ଛେଦ ପ୍ରକ୍ରିୟାର ଅନୁଧ୍ୟାନ ପାଇଁ ଆସନ୍ତା କାଲି ପୁରୀ ଆସୁଛନ୍ତି ଆମିକସ୍‌କ୍ୟୁରି ଓ ସିଲିସେଟର ଜେନେରାଲ। ପୁରୀର ସ୍ଥିତି ଅନୁଧ୍ୟାନ ପାଇଁ ସୁପ୍ରିମ୍‌କୋର୍ଟ ଆମିକସ୍‌କ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆମିକସ୍‌କ୍ୟୁରି ୭ ତାରିଖରେ ପୁରୀ ଆସିବାର କାର୍ଯ୍ୟକ୍ରମ ଥିଲା। ହେଲେ ପରେ ଏହାକୁ ପରିବର୍ତ୍ତନ କରାଯାଇଛି। ଆସନ୍ତାକାଲି ଆମିକସକ୍ୟୁରି ଓ ସିଲିସେଟର ଜେନେରାଲ ପୁରୀ ଆସିବାର କାର୍ଯ୍ୟକ୍ରମ ରହିଛି। ତେବେ ଆମିକସକ୍ୟୁରି ଓ ସିଲିସେଟର ଜେନେରାଲ ଗସ୍ତ କାର୍ଯ୍ୟକ୍ରମ ପରିବର୍ତ୍ତନ ନେଇ ଜିଲ୍ଲାପାଳ ବଳବନ୍ତ ସିଂହ ସୂଚନା ଦେଇଛନ୍ତି।

ପୁରୀ ଶ୍ରୀମନ୍ଦିର ଚାରିପାଖରେ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥାନୀୟ ଲୋକ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ଦାୟର କରିଥଲେ। ହେଲେ ସୁପ୍ରିମ୍‌କୋର୍ଟ ଏହାକୁ କରି ଆମିକସ୍‌କ୍ୟୁରିଙ୍କୁ ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Comment