ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ଗଠିତ ‘ଅପରେସନ ପରି’ ଅଭିଯାନରେ ରାଜ୍ୟ ବାହାରୁ ୮୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ରାଜ୍ୟ ବାହାରକୁ ଯାଇଥିବା ୮ଟି ଟିମ୍‌କୁ ଏହି ଶିଶୁଙ୍କୁ ଉଦ୍ଧାର କରି ଓଡ଼ିଶାକୁ ଆଣିଛନ୍ତି। ଏମଧ୍ୟରୁ ୨୧ ଜଣ ବାଳିକା ଥିବା ବେଳେ ୬୦ ଜଣ ବାଳକ ଥିବା ସୂଚନା ମିଳିଛି।

ଆନ୍ଧ୍ରପ୍ରଦେଶରୁ ୨୦, ତାମିଲନାଡୁରୁ ୧୫, ତେଲେଙ୍ଗାନାରୁ ୪, ମହାରାଷ୍ଟ୍ରରୁ ୫, ପଶ୍ଚିମବଙ୍ଗରୁ ୧୭, ଛତିଶଗଡ଼ରୁ ୮, ଝାଡ଼ଖଣ୍ଡରୁ ୯ ଏବଂ ଦିଲ୍ଲୀରୁ ୪ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇ ଓଡ଼ିଶା ଅଣାଯାଇଛି। ଏନେଇ ମହିଳା ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଉଦ୍ଧାର ହୋଇଥିବା ଏହି ଶିଶୁମାନଙ୍କୁ ଶିଶୁ ମଙ୍ଗଳ କମିଟି ଜରିଆରେ ଭୁବନେଶ୍ୱର ଏବଂ କଟକରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନରେ ରହିବାର ବନୋବସ୍ତ କରାଯାଇଛି। ଶିଶୁମାନଙ୍କୁ ସେମାନଙ୍କ ପରିବାର ସହିତ ପୁର୍ନମିଳନ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

Comment