ଓଡ଼ିଶାଲାଇଭ୍ ବ୍ୟୁରୋ

ସାରାଦେଶରେ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ୍। ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇଥିବା ଏହି ନୂଆ ଆଇନରେ ଟ୍ରାଫିକ୍ ନିୟମକୁ କଡ଼ାକଡି କରାଯାଇଛି।

ନୂଆକରି ଆରମ୍ଭ ହୋଇଥିବା ଏହି ମୋଟର ଯାନ ଆଇନରେ ଟ୍ରାଫିକ୍ ନିୟମ ଅବମାନନାକାରୀଙ୍କୁ ଦେବାକୁ ପଡୁଛି ମୋଟାଅଙ୍କର ଅର୍ଥରାଶି। ମୁଖ୍ୟତଃ ହେଲମେଟ ନପିନ୍ଧିଲେ, ଡ୍ରାଇଭ୍ ଲାଇସେନ୍ସ ନଥିଲେ କିମ୍ବା ଗାଡ଼ିର କାଗଜପତ୍ର ନଥିଲେ ଡ୍ରାଇଭରଙ୍କୁ ଦେବାକୁ ପଡ଼ୁଛି ମୋଟା ଅଙ୍କର ଜରିମାନା।

ନୂଆ ନିୟମ ଲାଗୁ ହେବାପରେ ଆର୍.ଟି.ଓ ମାନଙ୍କରେ ଦେଖିବାକୁ ମିଳିଛି ଲମ୍ବା ଲାଇନ୍। ନିଜ ନିଜର ନୂଆ ଲାଇସେନ୍ସ କରିବା କିମ୍ବା ପୁରୁଣା ଲାଇସେନ୍ସକୁ ପୁଣି କାର୍ଯ୍ୟକ୍ଷମ କରେଇବା ପାଇଁ ଲାଗିଛି ଲମ୍ବା ଲାଇନ୍।

Comment