ଓଡ଼ିଶାଲାଇଭ୍ ବ୍ୟୁରୋ

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀ ଏମ୍‌ସରୁ ଓଡ଼ିଶା ଅଭିମୁଖେ ବାହାରିଛନ୍ତି। ଡାକ୍ତରଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଜଗା-କାଳିଆ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଦିଲ୍ଲୀ ଷ୍ଟେସନକୁ ଆସିଥିଲେ। ଆଜି ସନ୍ଧ୍ୟାରେ ସେମାନେ ରାଜଧାନୀ ଏକ୍ସପ୍ରେସ୍‌ରେ ଓଡ଼ିଶା ଆସିବେ।

ଜଗା-କାଳିଆଙ୍କ ସହ ଏମ୍‌ସରୁ ୧୧ ଜଣିଆ ଟିମ୍‌ ଓଡ଼ିଶା ଆସିଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣ ଡାକ୍ତର ଅଛନ୍ତି।

ଶନିବାର ଜଗା-କାଳିଆ କଟକ ରେଳ ଷ୍ଟେସନରେ ପହଞ୍ଚିବା ପରେ ଏସ୍‌ସିବି ମେଡିକାଲ ଯିବେ। ଏସ୍‌ସିବି ମେଡିକାଲରେ ଜଗା-କାଳିଆଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜଗା-କାଳିଆଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରାଯାଇଛି।

୨୦୧୭ରେ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଅସ୍ତ୍ରୋପଚାର ଦିଲ୍ଲୀ ଏମ୍‌ସରେ ହୋଇଥିଲା। ଗତ ଦୁଇ ବର୍ଷ ହେଲା ସେମାନଙ୍କୁ ଦିଲ୍ଲୀ ଏମ୍‌ସରେ ଚିକିତ୍ସା ସୁବିଧା ଦିଆଯାଉଥିଲା। ହେଲେ ଜଗା-କାଳିଆ ସୁସ୍ଥ ହେଉଥିବାରୁ ସେମାନଙ୍କୁ ଦିଲ୍ଲୀରେ ନରଖି ଭୁବନେଶ୍ୱର ଏମ୍‌ସ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ଯୋଜନା କରିଥିଲେ।

Comment