ଓଡ଼ିଶାଲାଇଭ୍ ବ୍ୟୁରୋ

ମଦ ପିଇ ଗାଡ଼ି ଚଳାଉଛନ୍ତି କି? ଏବେଠୁ ହୋଇ ଯାଆନ୍ତୁ ସାବଧାନ! ଏଣିକି ମଦ୍ୟପ ଡ୍ରାଇଭରଙ୍କୁ ସାବାଡ୍‌ କରିବା ପାଇଁ ଓଡ଼ିଶା ପୋଲିସ ଜାରି କରିଛି ସର୍କୁଲାର। ଆଜି ସନ୍ଧ୍ୟାରୁ ରାଜ୍ୟର ପ୍ରମୁଖ ୧୪ଟି ଟୋଲ ଗେଟ୍‌ରେ ଚେକିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଦ୍ୟପ ଡ୍ରାଇଭର ଚେକିଂ ବେଳେ ଧରାପଡ଼ିଲେ ସିଧା ସେମାନଙ୍କୁ ପୋଲିସ ଗିରଫ କରିବ।

ସେରଗଡ଼, ପାଣିକୋଇଲି, ଢେଙ୍କିକୋଟ, ପଳାଶପଙ୍ଗ, ରାମଚନ୍ଦ୍ରପୁର, ପିପିଲି, ମଶୁଣିକଣି, ରାଜଗାଙ୍ଗପୁର, ତାପଙ୍ଗ, ଲଙ୍ଗଳେଶ୍ୱର, ଶାସନ, ଅତାବିରା, ବାଲିଚନ୍ଦ୍ରପୁର, ମଙ୍ଗୁଳି ଟୋଲଗେଟ୍‌ରେ ଚେକିଂ କଡ଼ାକଡ଼ି ହେବ।

ପୋଲିସ ବ୍ରେଥ୍‌ ଆନାଲିଜର ମେସିନ ଧରି ଟୋଲ୍‌ ଗେଟ୍‌ରେ ଛିଡ଼ା ହେବ। ଗୋଟି ଗୋଟି ଗାଡ଼ି ଚାଳକଙ୍କୁ ଯାଞ୍ଚ କରାଯିବ। ମଦ୍ୟପାନ କରିଥିଲେ ସିଧା ଡ୍ରାଇଭରଙ୍କୁ ଗିରଫ କରିବ ପୋଲିସ।

ଗିରଫ ହେବାର ୨ ଘଣ୍ଟା ଭିତରେ ଡ୍ରାଇଭରଙ୍କ ରକ୍ତ ନମୂନା ସଂଗ୍ରହ କରିବେ ଡାକ୍ତରୀ ଟିମ୍। ରକ୍ତ ପରୀକ୍ଷାରୁ ୩୦ ମିଲିଗ୍ରାମ ଆଲକହଲ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comment