ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେପ୍ଟେମ୍ବର ୧ରୁ ସାରାଦେଶରେ ଲାଗୁ ହୋଇଛି ନୂଆ ଟ୍ରାଫିକ ନିୟମ। ଏହି ନିୟମ ଉଲ୍ଲଙ୍ଘନ କଲେ ଖିଲାପକାରୀ ଗଣିବେ ଅଧିକ ତଣ୍ଡ। ନୂଆ ମୋଟର ଭେହିକିଲ ଆକ୍ଟ ସାରାଦେଶରେ ଲାଗୁ ହେବା ପରେ ସତେ ଯେମିତି ଟ୍ରାଫିକ ପୋଲିସଙ୍କର ଆରମ୍ଭ ହୋଇଛି ସର୍ଜିକାଲ ଷ୍ଟ୍ରାଇକ। ଯାହାର ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ନିୟମ ପାଳନ କରି ଗାଡ଼ି ଚାଳକଙ୍କ ଉପରେ କଡ଼ା ନଜର ରଖୁଛନ୍ତି ଟ୍ରାଫିକ ପୋଲିସ୍। ଟ୍ରାଫିକ ପୋଲିସର ଏଭଳି ଆକ୍ସନ ଦେଖି ଥରହର ହେଲେଣି ଗାଡ଼ି ଚାଳକ।

ନିକଟରେ  ଭୁବନେଶ୍ୱରରେ ଜଣେ ଅଟୋ ଚାଳକ ଟ୍ରାଫିକ ନିୟମ ଭାଙ୍ଗିଥିଲେ। ବିଭିନ୍ନ ପ୍ରକାରର ନିୟମ ଭାଙ୍ଗିଥିବାରୁ ଅଟୋ ଚାଳକଙ୍କ ଉପରେ ଟ୍ରାଫିକ ପୋଲିସ ୫୨ ହଜାର ଟଙ୍କା ଜରିମାନା କରିଥିଲେ।

ସେହିପରି ଗୁରୁବାର ନାଲକୋ ଛକ ନିକଟରେ ବିଏମସି ଗାଡ଼ି ମଧ୍ୟ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିଲା। ଏହି ଗାଡ଼ି ଉପରେ ୧୫ ହଜାର ଟଙ୍କା ଜରିମାନା ହୋଇଥିଲା। ସହରର ବିଭିନ୍ନ ସ୍ଥାନରେ ଏବେ ଏହି ଦୃଶ୍ୟ ଦେଖିବାକୁ ମିଳୁଛି।

ଟ୍ରାଫିକ ପୋଲିସର ଏଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ପରେ ଧୀରେ ଧୀରେ ଲୋକ ସଚେତନ ହେବାକୁ ଲାଗିଲେଣି। ରୋଡରେ ବିନା ହେଲମେଟ ବାଲା ଗାଡ଼ି ଚାଳକଙ୍କୁ ଦେଖିବାକୁ ମିଳୁନି। ଯଦି ଆପଣ ଏବେବି ଏହି ନିୟମ ଜାଣି ନାହାନ୍ତି ତେବେ ଜାଣି ରଖନ୍ତୁ, ଆଉ ସଜାଗ ରହି ନିଜ ପଇସା ବଞ୍ଚାନ୍ତୁ।

Comment