ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଫ୍ଟ୍ ଟିସ୍ୟୁ କ୍ୟାନ୍ସର୍ ଏକ ଦୁର୍ଲଭ ପ୍ରକାରର କର୍କଟ ରୋଗ। ଏହାକୁ ସଫ୍ଟ୍ ଟିସ୍ୟୁ ସର୍କୋମା ବି କୁହାଯାଏ। ମନୁଷ୍ୟ ଶରୀରରେ ବହୁତଗୁଡାଏ କୋମଳ ଟିସ୍ୟୁ ରହିଛି। କିନ୍ତୁ ସବୁଠି ଏହି କ୍ୟାନ୍ସର୍ ହୁଏ ନାହିଁ। ଏହା କୋମଳ ଟିସ୍ୟୁ, ମାଂସପେଶୀ, ତ୍ୱଚା, ରକ୍ତ, ଶିର, ରକ୍ତବାହିକା ଏବଂ ଜୋଡ ଗଣ୍ଠିରେ ହୋଇଥାଏ। ସଫ୍ଟ୍ ଟିସ୍ୟୁ ସର୍କୋମା ଥରେ କୌଣସି କୋମଳ ଟିସ୍ୟୁ ମଧ୍ୟରେ ବିକଶିତ ହୋଇଗଲେ ତାହା ଅନ୍ୟ ଟିସ୍ୟୁ ଆଡକୁ ମାଡ଼ିଯାଏ।

ଏହା ୫୦ରୁ ଅଧିକ ପ୍ରକାରର ରହିଛି। ପିଲା ଠାରୁ ବୃଦ୍ଧ ଯାଏଁ ସବୁପ୍ରକାର ବୟସବର୍ଗଙ୍କୁ ସଫ୍ଟ୍ ଟିସ୍ୟୁ ସର୍କୋମା ରୋଗ ହୋଇପାରେ। ସାଧାରଣତଃ ଯୁବପିଢ଼ି ଏହି ରୋଗରେ ଶୀଘ୍ର ଆକ୍ରାନ୍ତ ହୁଅନ୍ତି।

ରୋଗ ଲକ୍ଷଣ

– ରୋଗର ପ୍ରଥମ ପର୍ଯ୍ୟାୟରେ ଶରୀରରେ କୌଣସି ପ୍ରକାର ପରିବର୍ତ୍ତନ ଆସେ ନାହିଁ। ଧୀରେ ଧୀରେ ଏହା ବଢ଼ିବା ବେଳକୁ  ମାଂସପେଶୀରେ ତୀବ୍ର ଯନ୍ତ୍ରଣା ଅନୁଭବ ହୁଏ।

– ଶରୀରରେ କୌଣସି ଅଙ୍ଗରେ ଗଣ୍ଠି ପଡିବା ଭଳି ରହିଲେ ତାହା ସଫ୍ଟ ଟିସ୍ୟୁ କ୍ୟାନ୍ସର୍ ର ଆଉ ଏକ ଲକ୍ଷଣ।

– ବହୁତ ଜୋର୍ ପେଟ କାଟିଲେ ଏହା ଶରୀରରେ ତୀବ୍ର ଭାବେ ବ୍ୟାପିବା ସଙ୍କେତ।

ଏହିପରି କିଛି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Comment