ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 ଖୁବ୍ ଶୀଘ୍ର ଆସିବାକୁ ଯାଉଛି ‘ଦୋସ୍ତାନା’ର ସିକୁଆଲ୍ ‘ଦୋସ୍ତାନା-୨’। ଏଥିରେ ସେକେଣ୍ଡ୍ ଲିଡ୍ ରେ ଦେଖିବାକୁ ମିଳିବ ନୂଆ ଚେହେରା  ଲକ୍ଷ୍ୟ ଲାଲଓ୍ୱାନୀଙ୍କୁ। ଟୁଇଟ୍ ମାଧ୍ୟମରେ ଲକ୍ଷ୍ୟଙ୍କ କେତୋଟି ଫଟୋ ସହିତ ଏକ ମ୍ୟାସେଜ୍ ଦେଇ ଏହି କଥା ସ୍ପଷ୍ଟ କରିଛନ୍ତି ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହର।

ଧର୍ମା ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ “ଦୋସ୍ତାନା-୨” ରେ ମେନ୍ ଲିଡରେ ଜାହ୍ନବୀ କପୁର ଓ କାର୍ତ୍ତିକ ଆରିୟନ୍ ଭାଇ-ଭଉଣୀ ରୋଲ କରିବେ। କର୍ଲିନ ଡି କୁହ୍ନା ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିବେ।  କରଣ ଜୋହର, ହିରୁ ଜୋହର ଓ ଅପୂର୍ବ ମେହେଟ୍ଟା ଏହି ଫିଳ୍ମରେ ମିଳିତ ପ୍ରଯୋଜକ ରହିବେ।

ସେକେଣ୍ଡ ଲିଡ୍ରେ ରାଜକୁମାର ରାଓଙ୍କୁ ନିଆଯିବ ବୋଲି ପୂର୍ବରୁ କୁହାଯାଉଥିଲା। କିନ୍ତୁ କରନ ଗୋଟିଏ ନୂଆ ମୁହଁ ଖୋଜୁଥିଲେ ଏହି ଚରିତ୍ର ପାଇଁ। ଆଉ ଲକ୍ଷ୍ୟ ଏଥିପାଇଁ ପରଫେକ୍ଟ୍ ଚଏସ୍ ସେ କହିଛନ୍ତି।

‘ଦୋସ୍ତାନା-୨’ରୁ ହିଁ ଲକ୍ଷ୍ୟ ନିଜର ବଲିଉଡ୍ ଡେବ୍ୟୁ କରିବେ। ୨୩ ବର୍ଷୀୟ ଲକ୍ଷ୍ୟ କୌଣସି ଷ୍ଟାର୍ ଫ୍ୟାମିଲି ବ୍ୟାଗ୍ରାଉଣ୍ଡ୍ ର ନୁହନ୍ତି। ୨୦୧୫ରେରେ ଏମ୍ ଟିଭିର ଏକ ରିଆଲିଟି ଶୋ’ରୁ ଆକଟିଂ କ୍ୟାରିଅର୍‌ ଆରମ୍ଭ କରିଥିଲେ ସେ। ରିଆଲିଟି ଶୋ’ “ରୋଡିସ୍ ଏକ୍ସ୍-୨” ରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ଲକ୍ଷ୍ୟ “ପରଦେଶ ମେଁ ହେ ମେରା ଦିଲ୍”, “ଅଧୁରୀ କାହାନୀ ହମାରି”, “ପୋରସ୍” ଆଦି ବହୁ ସିରିଆଲ୍ ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

୨୦୦୮ରେ ଦୋସ୍ତାନା-୨ ର ପ୍ରଥମ ଭାଗ ଆସିଥିଲା। ଏଥିରେ ଅଭିଷେକ ବଚ୍ଚନ, ଜନ୍ ଇବ୍ରାହିମ୍ ଓ ପ୍ରିୟଙ୍କା ଚୋପ୍ରା ମୁଖ୍ୟ ଭୂମିକାରେ ଥିଲେ। ଫିଲ୍ମଟି ବକ୍ସ ଅଫିସରେ ସୁପର୍ ହିଟ୍ ହୋଇଥିଲା।

LEAVE A REPLY

Please enter your comment!
Please enter your name here