ଓଡ଼ିଶାଲାଇଭ୍ ବ୍ୟୁରୋ

ସାଉଦିଆରବ, କତାର ଓ ୟୁଏଇ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି। ସେ ସେପ୍ଟେମ୍ବର ୭ ରୁ ୧୨ତାରିଖ ପର୍ଯ୍ୟନ୍ତ ବିଦେଶ ଗସ୍ତରେ ଯାଇଛନ୍ତି। ଏହି ବିଦେଶ ଗସ୍ତରେ ସେ ସାଉଦି ଆରବ, ୟୁଏଇ ଓ କତାର ଗସ୍ତରେ ଯାଇଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ଭାରତର ତୈଳ, ଗ୍ୟାସ ଇସ୍ପାତ କ୍ଷେତ୍ରର ଏକ ବ୍ୟବସାୟିକ ପ୍ରତିନିଧିଙ୍କ ସହ ଏହି ବିଦେଶ ଗସ୍ତରେ ଯାଇଛନ୍ତି।

ସେ ପ୍ରଥମେ ସାଉଦିଆରବ ଗସ୍ତ କରିବେ। ସେଠାରେ ସେ ସାଉଦିଆରବର ଶକ୍ତିମନ୍ତ୍ରୀ ଏଚ.ଇ.ଖଲିଦ ଓ ଅଲ୍-ଫଲ୍ଲିଙ୍କ ସହ ଆଲୋଚନା କରିବେ। ଏହାସହ ସେ ସାଉଦିଆରବର ତୈଳ କମ୍ପାନି ଅରାମକୋର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ କଥାହେବେ। ଏଥିସହ ଏହି ବୈଠକରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ସାଉଦିଆରବର ସହଯୋଗ ପାଇଁ ପାଇଁ ଆଲୋଚନା ମଧ୍ୟ ହେବ।

ଏହାପରେ ସେ ୟୁଏଇ ଗସ୍ତରେ ଯାଇ ସେଠାକାର ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଏଚ.ଇ ସୁହାଲି ମହମ୍ମଦ ଫରାଜ ଅଲ୍ମଜ୍ରୌଇ ଓ ରାଷ୍ଟମନ୍ତ୍ରୀ ତଥା ଏଡିଏନଓସି ଗ୍ରୁପର ଅଧ୍ୟକ୍ଷ ସୁଲତାନ୍ ଅହମ୍ମଦ ଅଲ୍ ଜାବେରଙ୍କୁ ସାକ୍ଷାତ କରିବେ। ଏହି ସାକ୍ଷାତକାରରେ ଭାରତ ଓ ୟୁଏଇ ମଧ୍ୟରେ ଋଣନୈତିକ ବୁଝାମଣା ଓ ହାଇଡ୍ରୋକାର୍ବନ ଓ ଇସ୍ପାତ ସମ୍ବନ୍ଧରେ ଆଲୋଚନା ହେବ।

ସେହିପରି ଏହି ଗସ୍ତ ପରେ ସେ ୧୩ତାରିଖରେ ଆବୁଧାବି ଗସ୍ତରେ ଯିବେ। ସେଠାରେ ସେ ଅଷ୍ଟମ ଏସିଆନ୍ ମିନିଷ୍ଟେରିଆଲ୍ ଏନର୍ଜି ରାଉଣ୍ଡଟେବୁଲ (ଏଏମଇଆର୍) କାର୍ଯ୍ୟକ୍ରମରେ ଯୋଗଦେବାର ଅଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କତାରର ବିଭିନ୍ନ ମନ୍ତ୍ରୀ ଓ ଏଲ୍ଏନଜି ଓ ଏଲପିଜି କ୍ଷେତ୍ର ସମ୍ପର୍କରେ ଆଲୋଚନା କରିବେ।

Comment