ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଦଲିପ ଟ୍ରଫିରେ ସାନଦାର ବିଜୟ ହାସଲ କରିଛି ଇଣ୍ଡିଆ ରେଡ୍ ଦଳ। ଡାହାଣ ହାତି ଅଫ୍ ସ୍ପିନର ଅକ୍ଷୟ ୱାଖରେଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଇଣ୍ଡିଆ ରେଡ୍‌ ଦଳ ଦଲିପ ଟ୍ରଫି ହାସଲ କରିଛନ୍ତି। ଫାଇନାଲ ମ୍ୟାଚରେ ଇଣ୍ଡିଆ ଗ୍ରୀନକୁ ଗୋଟିଏ ଇଂନିସ ପାଳି ଓ ୩୮ ରନରେ ପରାସ୍ତ କରିଛି।

ବେଙ୍ଗାଳୁରୁ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଇଣ୍ଡିଆ ରେଡ୍ ଓ ଇଣ୍ଡିଆ ଗ୍ରୀନ୍ ମଧ୍ୟରେ ଖେଳାଯାଉଥିବା ଦଲିପ ଟ୍ରଫିରେ ଏହି ଦମ୍‌ଦାର ବିଜୟ ହାସଲ କରିଛି ଇଣ୍ଡିଆ ରେଡ୍‌।

ଫାଇନାଲ ମ୍ୟାଚରେ ପ୍ରଥମେ ଟସ୍ ଜିତି ଇଣ୍ଡିଆ ଗ୍ରୀନ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇଂନିସରେ ୨୩୧ ରନ କରି ଇଣ୍ଡିଆ ଗ୍ରୀନ ଅଲ୍‌ଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ମୟଙ୍କ ମାର୍କଣ୍ଡେ ସର୍ବାଧିକ ୭୬ ରନ୍‌ ସଂଗ୍ରହ କରିଥିଲେ।

ଏହାପରେ ଇଣ୍ଡିଆ ରେଡ୍ ତା’ର ପ୍ରଥମ ଇଂନିସରେ ୩୮୮ରନ କରିଥିଲା। ଇଣ୍ଡିଆ ରେଡ୍ ତରଫରୁ ଅଭିମନ୍ୟୁ ଇଶ୍ୱରନ୍ ୧୫୩ରନ୍‌ର ମାରାଥନ୍ ଇଂନିସ ଖେଳିଥିଲେ। ଏଥିସହିତ ପ୍ରଥମ ଇଂନିସରେ ଇଣ୍ଡିଆ ରେଡ ୧୫୭ ରନର ଅଗ୍ରଣୀ ହାସଲ କରିପାରିଥିଲା।

ଦ୍ୱିତୀୟ ଇଂନିସରେ ମଧ୍ୟ ଇଣ୍ଡିଆ ଗ୍ରୀନର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ମାତ୍ର ୧୧୯ ରନ କରି ଇଣ୍ଡିଆ ଗ୍ରୀନ ଦ୍ୱିତୀୟ ଇଂନିସ ଶେଷ କରିଥିଲା। ଏହାସହ ଇଣ୍ଡିଆ ରେଡ୍ ଗୋଟିଏ ଇଂନିସ ପାଳି ଓ ୩୮ ରନରେ ଇଣ୍ଡିଆ ଗ୍ରୀନକୁ ପରାସ୍ତ କରି ଦଳ ଦଲିପ ଟ୍ରଫି ଚାମ୍ପିୟନ ହୋଇଛି।

Comment