ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଶ୍ରୀମନ୍ଦିରର ୭୫ ମିଟର ପରିଧି ବାହାରେ ଥିବା ରାଘବ ଦାସ ମଠ ଉଚ୍ଛେଦ ପ୍ରସଙ୍ଗରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୭୫ ମିଟର ପରିଧି ବାହାରେ ଥିଲେ ମଧ୍ୟ ଏହି ମଠ ଉଚ୍ଛେଦ କରାଯିବା ନେଇ ଆଶଙ୍କା ହେବାରୁ ମଠର ନିର୍ବାହୀ ଅଧିକାରୀ ଅନାମ ଚରଣ ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଓଡ଼ିଶା ହାଇକୋର୍ଟ ଶୁକ୍ରବାର ଏହି ମାମଲାର ଶୁଣାଣି କରି ମଠ ଉଚ୍ଛେଦ ପୂର୍ବରୁ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟର ବିଚାରପତି କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡା ଏବଂ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଆବେଦନକାରୀ ମଠକୁ ଏବେ ଭଙ୍ଗା ଯିବାର ସମ୍ଭାବନା ନାହିଁ।

ଏପରି ପରିସ୍ଥିତିରେ ଯଦି କେବେ ଏହି ପ୍ରସଙ୍ଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରେ , ତେବେ ପକ୍ଷଙ୍କୁ ନୋଟିସ୍‌ କରାଯିବ। ଆଇନ୍‌ ଅନୁଯାୟୀ ପ୍ରକ୍ରିୟା ଅନୁସରଣ କରାଯିବ।

ପ୍ରଶାସନ ଶ୍ରୀମନ୍ଦିରର ୭୫ମିଟର ମଧ୍ୟରେ ଆସୁଥିବା ମଠ, ମନ୍ଦିରକୁ ଭାଙ୍ଗିବା ଲାଗି ନିଷ୍ପତି ନେଇଛି।

Comment