ଓଡ଼ିଶାଲାଇଭ ବ୍ୟୁରୋ

ରାୟଗଡା ସହରସ୍ଥିତ ପୁରୁଣା ବସଷ୍ଟାଣ୍ଡ ଛକ ଟ୍ରାଫିକ ପୋଷ୍ଟ ନିକଟରେ ପାଞ୍ଚ ଫୁଟର ଗାତ ସୃଷ୍ଟି ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ସହରର ମୁଖ୍ୟରାସ୍ତା। ଏଠାରୁ ମେନ ମାର୍କେଟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଟାଉନ ଥାନ ଓ ପଡୋଶୀ ରାଜ୍ୟ ଆନ୍ଧ୍ର ଯିବା ପାଇଁ ରାସ୍ତା ରହିଛି। ତେବେ ରାତି ସମୟରେ ଏଠାରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।

ତେବେ ବର୍ତ୍ତମାନ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାକୁ ଯଥାଶିଘ୍ର ନିର୍ମାଣ କରିବାକୁ ସାଧାରଣରେ ଦାବି କରାଯାଉଛି।

ଏ ନେଇ ପୌର ପ୍ରଶାସନ କାର୍ଯ୍ୟନିର୍ବାହୀ ଅଧିକାରୀ ସଚ୍ଚିତାନନ୍ଦ ଶତପଥୀ କହିଛନ୍ତି, ”ସମସ୍ୟା ପ୍ରତି ପୌରପାଳିକା ଅଧିକାରୀ ଅବଗତ ଅଛନ୍ତି। ଗାତ ଉପରେ ଏକ ସ୍ଲାବ ରଖିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତୁରନ୍ତ ଏହାକୁ ମରାମତି କରାଯିବା।

Comment