ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ ‘VAHAN ଲେଖି ସ୍ପେସ୍‌ ଦେଇ ଗାଡ଼ି ନମ୍ବର ଏଣ୍ଟ୍ରି କରନ୍ତୁ। ଏହାକୁ ୭୭୩୮୨୯୯୮୯୯ ନମ୍ବରରେ SMS କରି ଗାଡ଼ିର ସମସ୍ତ ବିବରଣୀ ପାଇପାରିବେ।

ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ପକ୍ଷରୁ ‘ବାହନ’ ସେବା ଉପଲବ୍ଧ ହେଉଛି। ଏହି ବାହନ ସେବା ମାଧ୍ୟମରେ ଜଣେ ନିଜ ଗାଡ଼ି ସମ୍ପର୍କିତ ସମସ୍ତ ସୂଚା ଏସ୍‌ଏମ୍‌ଏସ୍‌ ବା ମେସେଜ୍‌ କରି ପାଇପାରିବେ।

ଏହି ମେସେଜ୍‌ ଜରିଆରେ ଗାଡ଼ିର ସମସ୍ତ ବିବରଣୀ- ଆର୍‌ଟିଓ ରେଜିଷ୍ଟ୍ରେସନ୍‌, ଗାଡ଼ି ନମ୍ବର, ଗାଡ଼ି ମଡେଲ, ଆର୍‌ସି ବୁକ୍‌, ଇନ୍‌ସୁରାନ୍ସ ଓ ଗାଡ଼ି ମାଲିକ ବିଷୟରେ ସମସ୍ତ ସୂଚନା ମିଳିପାରିବ।

ମେସେଜ୍‌ କରିବା ପାଇଁ ପ୍ରଥମେ ଚାଳକ ନିଜ ମୋବାଇଲ୍‌ର ମେସେଜ୍‌ ବକ୍ସରେ କ୍ୟାପିଟାଲ ଲେଟର୍‌ ବା ବଡ଼ ଅକ୍ଷରରେ VAHAN ଲେଖିବେ। ପରେ ଗୋଟେ ସ୍ପେସ୍‌ ଦେଇ ଗାଡ଼ିର ନମ୍ବର ଟାଇପ୍‌ କରିବେ। ଏହାପରେ ଏହି ମେସେଜ୍‌କୁ ୭୭୩୮୨୯୯୮୯୯କୁ ଏସ୍‌ଏମ୍‌ଏସ୍‌ କରିବେ। ମେସେଜ୍‌ କରିବା ପରେ ଆପଣଙ୍କ ପାଖକୁ ଆଉ ଗୋଟେ ମେସେଜ୍‌ ଆସିବ, ଯେଉଁଥିରେ ଗାଡ଼ିର ସମସ୍ତ ବିବରଣୀ ସମ୍ପର୍କରେ ସୂଚନା ପାଇପାରିବେ।

ଉଦାହରଣ: (VAHAN OD07M4500) – ଏହାକୁ ମେସେଜ୍‌ରେ ଟାଇପ୍‌ କରନ୍ତୁ ୭୭୩୮୨୯୯୮୯୯କୁ ଏସ୍‌ଏମ୍‌ଏସ୍‌ କରନ୍ତୁ।

ଏହାସହ PARIVAHAN.govt.in ଓ୍ୱେବସାଇଟ୍‌କୁ ଯାଇ ମଧ୍ୟ ଜଣେ ବ୍ୟକ୍ତି ଗାଡ଼ି ସମ୍ପର୍କରେ ସୂଚନା ପାଇପାରିବେ।

Comment