ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ଡବଲ ଏନ୍‌କାଉଣ୍ଟର କଳା ପୋଲିସ। ସୋମବାର ରାତିରେ ଦୁଇଟି ଅଲଗା ଅଲଗା ସ୍ଥାନରେ ଏନ୍‌କାଉଣ୍ଟର ହୋଇଥିବା ବେଳେ ଏଥିରେ ଦୁଇଜଣ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି। ଏନ୍‌କାଉଣ୍ଟରର ଶିକାର ହୋଇଥିବା ଦୁଇ ଅପରାଧୀ ହେଲେ ବିଶୁ ଓରଫ ବିଶ୍ୱ ରଞ୍ଜନ ସାହୁ ଓ ଟିକି ଓରଫ ସେୟା ମତ୍‌ ଖାଁ।

ଏହି ଦୁଇ ଅପରାଧୀଙ୍କ ବିରୋଧରେ ଏକାଧିକ ମାମଲା ରହିଥିଲା।

ସୋମବାର ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଶ୍ୱ ରଞ୍ଜନ ସାହୁ ତାଳବଣିଆ ଥାନା ଅଞ୍ଚଳରେ ଥିବା ନେଇ ପୋଲିସ ଖବର ପାଇଥିଲା। ଏହାପରେ କୁମ୍ଭାରପଡ଼ା ପୋଲିସ ଘଟଣାସ୍ଥଳକୁ ଯାଇ ଉଭୟଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ଦୁଇ ଅପରାଧୀ ପୋଲିସ ଉପରେ ଗୁଳି ଚଳାଇ ଖସି ଯିବାକୁ ଚେଷ୍ଟା କରିଥଇଲେ। କିନ୍ତୁ ପୋଲିସ୍‌ ପାଲଟା ଗୁଳିରେ ଦୁଇ ଅପରାଧୀ ଆହତ ହୋଇଥିଲେ। ପୋଲିସ ତା’ଠାରୁ ଗୋଟିଏ ବନ୍ଧୁକ, ଗୁଳି ସହ ଏକ ବାଇକ ଜବତ କରିଛି। ବିଶୁ ଦୀର୍ଘ ଦିନ ଧରି କୋରେକ୍ସ ଓ ବ୍ରାଉନ ସୁଗର ମାଫିଆ ଥିଲା।

Comment