ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଢ଼ିଲା ଚାଷୀ ପଞ୍ଜୀକରଣ ଅବଧି। ଖରିଫ ୠତୁ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଅବଧିକୁ ୭ ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବ ନିର୍ଦ୍ଦାରିତ ତାରିଖ ଅନୁସାରେ ପଞ୍ଜୀକରଣର ଶେଷଦିନ ଆଜି ଥିଲା ବେଳେ ଏବେ ଏହାକୁ ସେପ୍ଟମ୍ବର ୧୭ ଯାଏଁ ଘୁଞ୍ଚାଇ ଦିଆଯାଇଛି। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଚାଷୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି।

ରାଜ୍ୟରେ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ଅଗଷ୍ଟ ୬ ତାରିଖରୁ ଆରମ୍ଭ ହୋଇଥିଲା। ଖାଦ୍ୟ ଯୋଗାଣ ମନ୍ତ୍ରୀ ଟୁଇଟ କରି ଏହି ସୂଚନା ଦେଇଥିଲେ। ଟୁଇଟରେ ସେ କହିଥିଲେ, ‘‘ଚଳିତ ବର୍ଷ ନବୀକରଣ ପଦ୍ଧତି ଉଚ୍ଛେଦ କରାଯାଇଛି। ଚାଷୀମାନେ ନିକଟସ୍ଥ ଅନୁମୋଦିତ ପ୍ରାଥମିକ କୃଷି ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ବା ପାଣି ପଞ୍ଚାୟତରେ ପଞ୍ଜୀକରଣ କରିନିଅନ୍ତୁ‘‘।

Comment