ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ରାଫିକ ନିୟମ ଏବେ ଗାଡ଼ି ଚାଳକଙ୍କ ପାଇଁ ମହଙ୍ଗା ପଡୁଛି। ନିୟମ ଉଲ୍ଲଂଘନ କରୁ କରୁ ଟ୍ରାଫିକ ପୋଲିସ ମୋଟା ଅଙ୍କର ଚାଲାଣ କାଟୁଛି। ଏମିତି ଚିତ୍ର ଆଜି ଦିଲ୍ଲୀରେ ଦେଖିବାକୁ ମିଳିଛି। ନିୟମ ଉଲ୍ଲଂଘନ କରି ଟ୍ରକ ମାଲିକଙ୍କୁ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିଛି।

ଏହି ଟ୍ରକ ମାଲିକ ଜଣକ ଯେତିକି ଜରିମାନା ଦେଇଛନ୍ତି ତାହା ଶୁଣିଲେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଟ୍ରକ ମାଲିକ ୧ ଲକ୍ଷ ୪୧ ହଜାର ୭୦୦ ଟଙ୍କା ଗଣିଛନ୍ତି।

ଓଭରଲୋଡିଂ କରି ରାଜସ୍ଥାନର ଏକ ଟ୍ରକ ଦିଲ୍ଲୀ ରାଜ ରାସ୍ତାରେ ଯାଉଥିଲା। ଏହି ସମୟରେ ଟ୍ରାଫିକ ପୋଲିସ ହାବୁଡ଼ରେ ପଡ଼ିଥିଲା ଟ୍ରକ। ଟ୍ରକରେ ଯେତିକି ମାଲ୍‌ ଯିବା କଥା ତାଠୁ ଅଧିକ ମାଲ୍‌ ଯାଉଥିବାରୁ ଟ୍ରାଫିକ ପୋଲିସ ୧ ଲକ୍ଷ ୪୧ ହଜାର ୭୦୦ ଟଙ୍କାର ଚାଲାଣ କାଟିଥିଲେ।

ସପ୍ଟେମ୍ବର ପହିଲାରୁ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଦିଲ୍ଲୀ ଗାଡ଼ି ଚାଳକମାନେ ସାବଧନତାର ସହ ଗାଡ଼ି ଚଳାଉଛନ୍ତି। ବେପରୁଆ ଗାଡ଼ି ଚାଳନା କଲେ ପୋଲିସ ସିଧା ଚାଲାଣ କାଟୁଛି।

Comment