ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ଦୁର୍ଗାପୂଜା ଭସାଣିରେ ବାଜିବ ନାହିଁ ଡିଜେ। କମିସନରେଟ୍ ପୋଲିସ ପକ୍ଷରୁ ମଙ୍ଗଳବାର ଦୁର୍ଗାପୂଜା କମିଟିଗୁଡ଼ିକୁ ନେଇ ହୋଇଥିବା ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ରାତି ୧୨ଟା ପରେ ଦୁର୍ଗାପୂଜାକୁ ନେଇ କୌଣସି କାର୍ଯ୍ୟକ୍ରମ ହେବ ନାହିଁ।

ମା’ ଦୁର୍ଗାଙ୍କ ଭସାଣି ଯାତ୍ରା ଶୃଙ୍ଖଳିତ କରିବା ପାଇଁ ଡିଜେ ଉପରେ କଟକଣା କରାଯାଉଛି। ପ୍ରତ୍ୟେକ ମେଢ଼ ଶୋଭାଯାତ୍ରାରେ ୪ଟି ଚୁଙ୍ଗା ଓ ବକ୍ସ ଲଗାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଉଚ୍ଚ ସ୍ଵର ଡିଜେ ଶବ୍ଦ ପ୍ରଦୂଷଣ କରିବା ସହ ବୃଦ୍ଧ-ବୃଦ୍ଧା ମୁଖ୍ୟକରି ହୃଦ୍‌ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଧ୍ୱନୀ ପିଲାଙ୍କ ପାଠପଢ଼ା ଉପରେ ମଧ୍ୟ ପ୍ରଭାବ ପକାଉଛି। ତେଣୁ ଏଥର ଦୁର୍ଗାପୂଜା, ରାବଣ ପୋଡ଼ି କିମ୍ବା ଭସାଣି ଉତ୍ସବରେ ଡିଜେ ବାଜିବା ଉପରେ ରୋକ୍ ଲଗାଯାଇଛି।

ପୂର୍ବରୁ ଏହି ନିୟମ ଲାଗୁ ହେବା ସତ୍ତ୍ଵେ ବି ଏହି ନିୟମକୁ ପାଳନ କରୁ ନଥିଲେ। କିନ୍ତୁ ଚଳିତବର୍ଷ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମକୁ ଅମାନ୍ୟ କରିଲେ, ପୂଜା କମିଟି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଡିଜେକୁ ବି ଜବତ କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

Comment