ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା। ଧରାବତରଣ କରିବେ ଜଗତ୍‌ଜନନୀ। ଚାନ୍ଦୀ, ସୁନା ମେଢ଼ରେ ଝଲସି ଉଠିବ ମା’ଙ୍କ ମୂର୍ଣ୍ଣୟୀ ମୂର୍ତ୍ତି। ଏଥିପାଇଁ କଟକର ବିଭିନ୍ନ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇଛି ଜବରଦସ୍ତ ପ୍ରସ୍ତୁତି। ବିଭିନ୍ନ ପୂଜାମଣ୍ଡପରେ ଚାଲିଛି ମୂର୍ତ୍ତି କାମ। ବର୍ଷା ବାଧକ ସାଜିଥିଲେ ବି ଷଷ୍ଠୀ ପୂର୍ବରୁ ତୋରଣ କାମ ସାରିବାକୁ ଲାଗିପଡ଼ିଛନ୍ତି କାରିଗର।

ବାଦାମ ବାଡ଼ି, ଖାନନଗର, ରାଣୀହାଟ, ମଙ୍ଗଳବାଗ୍‌ର ବିଭିନ୍ନ ପୂଜା ମଣ୍ଡପରେ ନିର୍ମାଣ କରାଯାଉଛି ଆକର୍ଷଣୀୟ ତୋରଣ। ବିଭିନ୍ନ ପୂଜାମଣ୍ଡପ ମଧ୍ୟରେ ତୋରଣ, ସୁନା, ଚାନ୍ଦୀର ମେଢ଼ ପାଇଁ ଆରମ୍ଭ ହୋଇଛି ପ୍ରତିଯୋଗିତା।

ପ୍ରମୁଖ ପୂଜା ମଣ୍ଡପ ଖାନ ନଗରରେ ଏଥର ର୍ନିର୍ମାଣ କରାଯାଉଛି ତାମିଲନାଡୁର ପ୍ରସିଦ୍ଧ ସ୍ୱାମୀ ରଙ୍ଗନାଥ ମନ୍ଦିର ଆକୃତିର ତୋରଣ। ଏହାର ଉଚ୍ଚତା ପ୍ରାୟ ୬୫ ଫୁଟ୍ ହେବ। ସାଜସଜ୍ଜା ସହ ଏଥର ଶୃଙ୍ଖଳିତ ପୂଜା ଉପରେ ଧ୍ୟାନ ଦେଉଛନ୍ତି ପୂଜା କମିଟି।

Comment