ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଂଗ୍ରେସ ପକ୍ଷରୁ ଆସନ୍ତା ମାସ ୧୫ ତାରିଖରୁ ଦେଶବ୍ୟାପୀ ଆନ୍ଦୋଳନ କରାଯିବ। ମୋଦି ସରକାରଙ୍କ ଆର୍ଥିକ ନୀତି ବିରୁଦ୍ଧରେ ଦଳ ପକ୍ଷରୁ ଏହି ଆନ୍ଦୋଳନ ଘୋଷଣା କରାଯାଇଛି। ଏହି ଆନ୍ଦୋଳନ ୧୦ ଦିନ ଧରି ଚାଲିବ। ମୋଦି ସରକାରଙ୍କ ଆର୍ଥିକ ନୀତି ପାଇଁ ଦେଶରେ ମାନ୍ଦା ଅବସ୍ଥା ସୃଷ୍ଟି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଏଆଇସିସିର ସମ୍ପାଦକ ଓ ବିଭିନ୍ନ ରାଜ୍ୟର ବିଧାୟକ ଦଳର ନେତା ଯୋଗ ଦେଇଥିଲେ।

ଏହା ଛଡ଼ା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ କଂଗ୍ରେସ ପକ୍ଷରୁ ଅକ୍ଟୋବର ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ପଦଯାତ୍ରା ଅନୁଷ୍ଠିତ ହେବ।

Comment