ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀର ବିକାଶ ପାଇଁ ରାଜ୍ୟ ସରକାରଙ୍କ ନୂଆ ନିଯୁକ୍ତି। ପୁରୀକୁ ବିଶ୍ୱ ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ଶୁକ୍ରବାର ୫ ଆଇଏଏସ୍ ଅଫିସରଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର।

ପୁରୀ ସହରର ବିକାଶ ପାଇଁ ଯେପରିକି ପୁରୀର ଭିତ୍ତିଭୂମି, ଜଗନ୍ନାଥ ସଂସ୍କୃତି, ବିଭିନ୍ନ ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ୫୦୦କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି। ଏଥିପାଇଁ ଏହ ପ୍ରକଳ୍ପ ସବୁକୁ ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଏହି ଆଇଏଏସ୍ ଅଫିସରମାନଙ୍କୁ ନିଯୁକ୍ତ କରିଛନ୍ତି।

ନିଯୁକ୍ତ ହୋଇଥିବା ଏହି ଆଇଏଏସ୍ ଅଫିସରମାନେ ସମସ୍ତେ ୨୦୧୮ବ୍ୟାଚର ଆଇଏଏସ୍ ଅଫିସର। ସେମାନେ ହେଲେ ସୂର୍ଯବଂଶୀ ମୟୁର ବିକାଶ, କୀର୍ତ୍ତିଭାସନ ଭି, ଶୁଭଙ୍କର ମହାପାତ୍ର, ଜେ ସୋନାଲ ଓ ଭୁବନେଶ ଦେବଦାସ ପାଟିଲ୍।

ନୂଆକରି ନିଯୁକ୍ତ ହୋଇଥିବା ଏହି ଅଫିସରମାନେ ଜିଲ୍ଲାପାଳଙ୍କୁ ପୁରୀର ବିକାଶ କାର୍ଯ୍ୟରେ ସହଯୋଗ କରିବେ। କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଫିସର ମୁଖ୍ୟ ପରାମର୍ଶଦାତା ଓ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବଙ୍କୁ ସାକ୍ଷାତ କରିଛନ୍ତି ଏହି ପାଞ୍ଚ ଆଇଏଏସ୍ ଅଫିସର୍। ସେମାନଙ୍କୁ ତାଙ୍କର ଦାୟିତ୍ୱ ଓ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ପରାମର୍ଶ ଦିଆଯାଇଛି।

Comment