ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ପାଇଁ ସବୁ ଆର୍‌ଟିଓ ଅଫିସ୍‌ରେ ଲୋକଙ୍କ ଭିଡ଼ ଲାଗୁଛି। ଏଣୁ ଭିଡ଼କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ ଅଧିକ ସେଣ୍ଟର ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

ଭୁବନେଶ୍ୱରରେ ଅଧିକ ୪ଟି ଏବଂ ଖୋର୍ଦ୍ଧାରେ ଗୋଟିଏ କାଉଣ୍ଟର ଖୋଲାଯିବ ବୋଲି ପରିବହନ ବିଭାଗ ସଚିବ ଜି ଶ୍ରୀନିବାସନ କହିଛନ୍ତି।

ଭୁବନେଶ୍ୱରରେ ଆର୍‌ଟିଓ-୧ ଏବଂ ଆର୍‌ଟିଓ-୨ କାଉଣ୍ଟର ରହିଛି। ଏହି ଦୁଇଟି କାଉଣ୍ଟରରେ ଡ୍ରାଇଭିଙ୍ଗ୍ ଲାଇସେନ୍ସ ପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହେଉଛି। ଗାଡ଼ି କାଗଜପତ୍ର ଧରି ଲୋକେ ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି।

‘‘ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଓ ଭୁବନେଶ୍ୱରରେ ୫ଟି କାଉଣ୍ଟର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ଏହି କାଉଣ୍ଟର ଖୋଲାଯିବ। ଅନ୍ୟ ଜିଲ୍ଲାରେ ଭିଡ଼କୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ’’, କହିଛନ୍ତି ଜି ଶ୍ରୀନିବାସନ୍‌।

Comment