ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘ଇତିଶ ପ୍ରଧାନ ଯାହା କହିଛନ୍ତି ତାକୁ ମୁଁ ଗୁରୁତ୍ୱ ଦେଉନି। ତାଙ୍କର ବୟସ ହୋଇନି। ସେ ପିଲାଳିଆମି ଢଙ୍ଗରେ ମନ୍ତବ୍ୟ ଦେଇଛନ୍ତି। ତାଙ୍କ ମନରେ ‘ଫ୍ରଷ୍ଟ୍ରେସନ’ ଆସି ଯାଇଥିବାରୁ ସେ ଏମିତି କହିଛନ୍ତି’’, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀ କରି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିଥିଲେ। ନିରଞ୍ଜନଙ୍କୁ ବେପାରୀ କହିଥିଲୋ ନିର୍ବାଚନ ବେଳେ କଂଗ୍ରେସକୁ ବିଜେଡି ପାଖରେ ବିକ୍ରି କରିଦେଇଥିବା ଇତିଶ ସାଂଘାତିକ ଅଭିଯୋଗ କରିଥିଲେ। ତାଙ୍କୁ ବହିଷ୍କାର କରିବାକୁ ଦାବି କରିଥିଲେ।

ଏହାର ଜବାବ ଦେବାକୁ ଯାଇ ନିରଞ୍ଜନ କହିଛନ୍ତି, ‘‘କଂଗ୍ରେସ କେବଳ ଓଡ଼ିଶାରେ ନୁହେଁ, ସାରା ଦେଶରେ ଭଲ ପ୍ରଦର୍ଶନ କରିନି। ବିଭିନ୍ନ ରାଜ୍ୟର କଂଗ୍ରେସ ନେତାମାନେ କ’ଣ ବିକ୍ରି ହୋଇଗଲେ? ସେ ନିଜେ ତ ନିର୍ବାଚନ ଲଢ଼ିଥିଲେ। କେତେ ଭୋଟ ପାଇଛନ୍ତି? ତାଙ୍କ ମନରେ ହତାଶାଭାବ ଚାଲି ଆସିଛି।

ସେ ଆହୁରି କହିଛନ୍ତି ଯେ ଇତିଶ ଯାହା କହିଛନ୍ତି ସେଇଟା ଆମ ଘର କଥା। ଘରେ କ’ଣ ଅସୁବିଧା ହୋଇଛି ତାହା ଘରେ ହିଁ ସମାଧାନ ହେବା ଦରକାର। ବାରକୁ ଆସିବା କିଛି ଦରକାର ନାହିଁ।

Comment