ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛିଦିନ ପରେ ଆରମ୍ଭ ହେବ ମା’ ଜଗଦମ୍ବେଙ୍କ ନବରାତ୍ରି ଉତ୍ସବ। ଏହି ଅବସରରେ ଭକ୍ତଗଣ ନବରାତ୍ରି ପାଳନ କରି ମା’ଙ୍କୁ ପ୍ରସନ୍ନ କରିଥାନ୍ତି। କେହି କେହି ନବରାତ୍ରିର ନଅଦିନ ଉପବାସ ରହିଥାନ୍ତି ତ ଅନ୍ୟ କେହି ଫଳ ଭୋଜନ କରି ବ୍ରତ ରଖିଥାନ୍ତି।

ତେବେ ଲମ୍ବା ସମୟ ପର୍ଯ୍ୟନ୍ତ ଉପବାସ ରହିବା ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏହା ବିଭନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟିକରିଥାଏ। ତେଣୁ ବ୍ରତ ଖୋଲିବା ପରେ କ’ଣ ଖାଇବେ ଏବଂ କେମିତି ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବେ ସେ ବିଷୟରେ ଜାଣନ୍ତୁ।

ଜାଣନ୍ତୁ ବ୍ରତ ଖୋଲିବା ପରେ କିପରି କରିବେ ଭୋଜନ…….

୧- ବ୍ରତ ଖୋଳିବା ପରେ ପ୍ରଥମେ ଗୋଟିଏ ଗ୍ଲାସ ପାଣି ପିଇ ପାରିବେ। ଯାହାଦ୍ୱାରା ପେଟ ଥଣ୍ଡା ରହିବ ଏବଂ ଭୋଜନ ପରେ ଖାଦ୍ୟ ହଜମ ପ୍ରକ୍ରିୟାରେ ସହାୟକ ହୋଇଥାଏ। ଏହା ବ୍ୟତୀତ ଫଳ ରସ ମଧ୍ୟ ପିଇପାରିବେ।

୨- ବ୍ରତ ଖୋଲିବା ପରେ ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ। କାରଣ ଉପବାସ ପରେ ମସଲା ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଏହା ପାଚନ ତନ୍ତ୍ରକୁ ପ୍ରଭାବିତ କରିଥାଏ। ଯାହଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ।

୩- ବ୍ରତ ଖୋଲିବା ପରେ ଅଳ୍ପ ଖାଦ୍ୟ ଗ୍ରହଣ କରନ୍ତୁ। ଫଳରେ ଆପଣଙ୍କ ହାଲକା ଅନୁଭବ ହେବ।

Comment