ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱାସ୍ଥ୍ୟଠୁ ଆରମ୍ଭ କରି ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ ଲେମ୍ବୁ ସବୁଆଡ଼ୁ ଉପକାରୀ। ଓଜନ ହ୍ରାସ କରିବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା, ଚେହେରାକୁ ଉଜ୍ଜ୍ୱଳ କରିବା ସବୁଥିରେ ଲେମ୍ବୁର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଲେମ୍ବୁ ଖାଇବା ଦ୍ୱାରା ଅନେକ ଫାଇଦା ମଧ୍ୟ ମିଳିଥାଏ।

ଆସନ୍ତୁ ଜାଣିବା ଲେମ୍ବୁର ଉପକାରିତା ବିଷୟରେ…

ଲେମ୍ବୁରେ ଭିଟାମିନ ସିର ପରିମାଣ ଭରପୂର ଥାଏ। ତେଣୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ନିୟମିତ ଲେମ୍ବୁ ଖାଇଲେ ହୃଦରୋଗ ସଂପର୍କିତ ସମସ୍ୟା କମ୍‌ ଦେଖାଯାଏ।

ଲେମ୍ବୁ ପାଣି ପଇବା ଦ୍ୱାରା ଶରୀରରେ ରକ୍ତ ସଫା ହୋଇଥାଏ । ଯାହା ଫଳରେ ବ୍ରଣ ଭଳି ସମସ୍ୟା ହୋଇ ନଥାଏ। ଏହା ତ୍ୱଚାକୁ ଚମକାଇଥାଏ। ଆଖି ତଳ କଳା ପଡ଼ିଥିଲେ ଆପଣ ଲେମ୍ବୁ ରସର ବ୍ୟବହାର କରିପାରିବେ।

ଲେମ୍ବୁ ସୁଙ୍ଘିଲେ ମଧ୍ୟ ଏହାର ଫାଇଦା ମିଳେ। ଲେମ୍ବୁପାଣି ପିଇବା ଦ୍ୱାରା ଶରୀରରେ ଜଳୀୟ ଅଂଶ ଠିକ୍‌ ରହିଥାଏ।

Comment