ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ବିଧାୟକମାନଙ୍କୁ ତୁରନ୍ତ କ୍ୱାର୍ଟର ଛାଡ଼ିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନୋଟିସ୍‌ ପଠାଇଛନ୍ତି। ୨୬ ଜଣ ବିଧାୟକଙ୍କ ନାଁରେ ନୋଟିସ ପଠାଇଛନ୍ତି ବାଚସ୍ପତି। କ୍ୱାର୍ଟର ନଛାଡ଼ିଲେ ପାଣି, ବିଜୁଳି ବନ୍ଦ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

‘‘ଅନେକ ପୂର୍ବତନ ବିଧାୟକ ଏବେବି କ୍ୱାର୍ଟର ମାଡ଼ି ବସିଛନ୍ତି। ସେମାନେ ଛାଡ଼ିଲେ ନୂଆ ବିଧାୟକଙ୍କୁ କ୍ୱାର୍ଟର ମିଳିପାରିବ’’, କହିଛନ୍ତି ବାଚସ୍ପତି।

କ୍ୱାର୍ଟର ଛାଡ଼ିନଥିବା ବିଧାୟକମାନେ ହେଲେ, ବସନ୍ତ ପଣ୍ଡା (ଲୋକସଭା) ଭୂଜବଳ ମାଝୀ, ଝିନ୍ନ ହିକ୍କକା, ସରୋଜିନି ହେମ୍ବ୍ରମ, ବିଭୂତି ଭୂଷଣ ହରିଚନ୍ଦନ, ବିଜୟଶ୍ରୀ ରାଉତରାୟ, ଦାମୋଦର ରାଉତ, ଦେବାଶିଷ ନାୟକ, ଧନେଶ୍ୱର ମାଝୀ, ଗୋଲିକ ବିହାରୀ ନାୟକ, ଯୁଗଳ ପଟ୍ଟନାୟକ, କିଶୋର ତରାଇ, ମହେଶ ସାହୁ (ଲୋକସଭା), ନନ୍ଦିନୀ ଦେବୀ, ନିତେଶ ଗଙ୍ଗଦେବ, ପ୍ରଭାତ କୁମାର ତ୍ରିପାଠୀ, ପ୍ରବୀଣ ଭଞ୍ଜଦେଓ, ପୁଷ୍ପେନ୍ଦ୍ର ସିଂହ ଦେଓ, ରବି ନାରାୟଣ ନାୟକ, ରମେଶ ଚନ୍ଦ୍ରମାଝୀ(ଲୋକସଭା), ସାନନ୍ଦ ମାରାଣ୍ଡି,  ସଞ୍ଜୟ ଦାସ ବର୍ମା। ସେହିପରି ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ଓ ସ୍ୱର୍ଗତ ସୁବଳ ସାହୁଙ୍କ ନାଁ ମଧ୍ୟ କ୍ୱାର୍ଟର ରହିଛି।

Comment