ଓଡ଼ିଶାଲାଇଭ ବ୍ୟୁରୋ

ପୂର୍ବତନ ଭାରତୀୟ କ୍ରିକେଟର କପିଳ ଦେବଙ୍କୁ ହରିୟାଣା କ୍ରିଡ଼ା ବିଶ୍ଵବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି କରାଯାଇଛି। ସ୍ଵର୍ଣ୍ଣିମ ଗୁଜୁରାଟ କ୍ରିଡ଼ା ବିଶ୍ଵବିଦ୍ୟାଳୟ ଓ ତାମିଲନାଡୁ ଫିଜିକାଲ ଏଜୁକେସନ ଆଣ୍ଡ କ୍ରିଡ଼ା ବିଶ୍ଵବିଦ୍ୟାଳୟ ପରେ ଏହା କୌଣସି ରାଜ୍ୟସରକାରଙ୍କ ଦ୍ଵାରା ତୃତୀୟ କ୍ରିଡ଼ା ବିଶ୍ଵବିଦ୍ୟାଳୟ।

ତେବେ ହରିୟାଣାର ସୋନିପଥ ଜିଲ୍ଲାରେ ଅବସ୍ଥିତ ଏହି ବିଶ୍ଵବିଦ୍ୟାଳୟରେ କପିଳ ଦେବ ପ୍ରଥମ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି। ଏନେଇ ହରିୟାଣା କ୍ରିଡ଼ାମନ୍ତ୍ରୀ ଅନିଲ ଭିଜ ଟୁଇଟରରେ ସୂଚନା ଦେଇଛନ୍ତି।

ଏହି ବିଶ୍ଵବିଦ୍ୟାଳୟ ଶାରୀରିକ ଶିକ୍ଷା ଉପରେ ଏକାଡେମିକ ଓ ଟ୍ରେନିଂ କାର୍ଯ୍ୟକ୍ରମମାନ ପ୍ରଚଳନ କରିବ। ତେବେ ଏହାର କୁଳପତି ଭାବେ କପିଳ ଦେବଙ୍କ ନିଯୁକ୍ତିକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।

କପିଳ ଦେବ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ଥିଲେ। ତାଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳ ୧୯୮୩ ମସିହା ବିଶ୍ଵକପରେ ବିଶ୍ଵ ବିଜେତା ହୋଇଥିଲା।

LEAVE A REPLY

Please enter your comment!
Please enter your name here