ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଦଳିବାକୁ ଯାଉଛି ଓଡ଼ିଶା ବିଧାନସଭାର ନକ୍ସା। ଖୁବଶୀଘ୍ର ବିଧାନସଭା ପରିସର ଓ ଗୃହ ଭିତରେ ହେବ ବ୍ୟାପକ ପରିବର୍ତ୍ତନ। ବିଧାନସଭାରେ ସମ୍ପୂର୍ଣ୍ଣ ଭାବେ ଓ୍ୱାଇଫାଇ ବ୍ୟବସ୍ଥା ହେବ। ଏଥିସହ ବିଧାନସଭା ବିଲ୍ଡିଂର ବାହାର ପାର୍ଶ୍ୱକୁ ଆଲୋକୀକରଣ କରାଯିବ। ଗୃହ ଭିତରେ ପଡ଼ିଥିବା ସିଟ୍‌ରେ ବି ପରିବର୍ତ୍ତନ କରାଯିବ। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ସେହିପରି ବାଚସ୍ପତି ପୂର୍ବତନ ବିଧାୟକମାନଙ୍କୁ ନୋଟିସ୍‌ ପଠାଇଛନ୍ତି। ସରକାରୀ କ୍ୱାଟର୍ସ ଛାଡ଼ିନଥିବା ବିଧାୟକମାନଙ୍କୁ ତୁରନ୍ତ କ୍ୱାଟର୍ସ ଛାଡ଼ିବାକୁ ନୋଟିସ୍‌ ପଠାଯାଇଛି। କ୍ୱାଟର୍ସ ନଛାଡ଼ିଲେ ପାଣି, ବିଜୁଳି ବନ୍ଦ୍ ହେବ ବୋଲି ମଧ୍ୟ କୁହାଯାଇଛି।

Comment