ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟରେ ୩ଜଣିଆ ଖଣ୍ଡପୀଠରେ ମଙ୍ଗଳବାର ଶ୍ରୀମନ୍ଦିର ସଂସ୍କାରଜନିତ ମାମଲାର ଶୁଣାଣି ହୋଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟାର ସମୀକ୍ଷା ରିପୋର୍ଟ ଦାଖଲ ପାଇଁ ସୁପ୍ରିମକୋର୍ଟଙ୍କୁ ଆଉ ୨ ସପ୍ତାହ ସମୟ ମାଗିଛନ୍ତି ଆମିକସ୍‌ କ୍ୟୁରି ଏବଂ ସିଲିସିଟର ଜେନେରାଲ।

ଫଳରେ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩ ତାରିଖରେ ହେବ ବୋଲି ନିର୍ଦ୍ଦାରିତ ହୋଇଛି।

କୋର୍ଟଙ୍କ ନିର୍ଦେଶ କ୍ରମେ ଗତ ୭ ତାରିଖରେ ପୁରୀ ଗସ୍ତରେ ଆସିଥିଲେ ଆମିକସ କ୍ୟୁରି, ସିଲିସିଟର ଜେନେରାଲ। ଶ୍ରୀମନ୍ଦିର ଉଚ୍ଛେଦ କାମ ତଦାରଖ କରି ଯାଇଥିଲେ।

Comment