ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ୨୭ଟି ସଂସ୍ଥା ଦ୍ୱାରା ନକଲି କୀଟନାଶକ ବିକ୍ରି ଅଭିଯୋଗ ପାଇବା ପରେ ଆକ୍ସନ ମୋଡ୍‌କୁ ଆସିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ନକଲି କୀଟନାଶକ କେମିତି ବିକ୍ରି ହେଲା ତାହା ଜାଣିବା ପାଇଁ ୧୦ ଜିଲ୍ଲାର କୃଷି ଉପନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ମନ୍ତ୍ରୀ।

ମୟୂରଭଞ୍ଜ, ଅନୁଗୁଳ, ବାଲେଶ୍ୱର, ଗଞ୍ଜାମ, ବରଗଡ଼, ସମ୍ବଲପୁର, ନୂଆପଡ଼ା, ଜଗତ୍‌ସିଂହପୁର, ଖୋର୍ଦ୍ଧା, ପୁରୀର ଉପନିର୍ଦ୍ଦେଶକଙ୍କୁ ନୋଟିସ୍‌ ହୋଇଛି।

ନକଲି କୀଟନାଶକ ବିକ୍ରି କରୁଥିବା ସଂସ୍ଥା ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ସେନେଇ ଜବାବ ମାଗିଛନ୍ତି କୃଷି ମନ୍ତ୍ରୀ। ନୋଟିସ୍‌ର ଉତ୍ତର ଦେବାକୁ ମନ୍ତ୍ରୀ ଉପନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ବିଭିନ୍ନ ସ୍ଥାନରେ ନକଲୀ କୀଟନାଶକ ବିକ୍ରି ହେଉଥିବା ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ମନ୍ତ୍ରୀ ତଦନ୍ତ କରି ୧୦ ଜିଲ୍ଲାର କୃଷି ଉପନିର୍ଦ୍ଦେଶକଙ୍କୁ ନୋଟିସ୍‌ କରିଛନ୍ତି।

Comment