ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ପୂଜା ବା ଶୁଭକାର୍ଯ୍ୟରେ ବ୍ୟବହାର କରାଯାଏ ଦୁବ। ଏହା ଏକ ପ୍ରାକୃତିକ ମହୋଷଧି। ଦୁବରେ ଫାଇବର୍, ପ୍ରୋଟିନ୍, ଫସଫରସ୍, ପୋଟାସିୟମ୍, କ୍ୟାଲସିୟମ୍ ଆଦି ପୋଷକ ତତ୍ୱ ଭରି ରହିଛି। ସୌନ୍ଦର୍ଯ୍ୟ ଉପଚାର, ହାଲିଆ ଲାଗିବା, ନିଦ ନ ହେବା ଭଳି ସମସ୍ତ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରେ ଦୁବ ଘାସ। ତେଣୁ ଦୈନିକ ଏହାର ସେବନ କରନ୍ତୁ।

ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ଅମ୍ଲ ପରିମାଣକୁ କମ୍ କରିଥାଏ ଦୁବ ଘାସ। ଫଳରେ ପାଚନ କ୍ରିୟା ଠିକ୍ ରହେ। କୋଷ୍ଠ କାଠିନ୍ୟ ସମସ୍ୟାର ସମାଧାନ କରିଥାଏ ମୋଦି।

ବାନ୍ତି ଲାଗୁଥିଲେ ଦୁବ ଘାସ ରସ ପିଇଲେ ଉପଶମ ମିଳିଥାଏ। ପ୍ରତିଦିନ ଦୁବ ଘାସ ରସ ପିଇଲେ ଆନ୍ତ୍ରିକ ସମସ୍ୟାର ସମାଧାନ ହୁଏ।

ଶରୀରର କୋଲେଷ୍ଟ୍ରଲ ପରିମାଣକୁ କମ୍ କରିଥାଏ ଦୁବ ଘାଷ।

ଗରମ ଯୋଗୁଁ ନାକରୁ ରକ୍ତସ୍ରାବ ହେଉଥିଲେ ଦୁବ ଘାସ ରସକୁ ନାକରେ ପକାନ୍ତୁ।

ଖଣ୍ଡିଆ ହୋଇଥିବା ଜାଗାରେ ଦୁବ ଘାସ ରସ ବାହାର କରି ଲଗାଇଲେ ଶୀଘ୍ର ଘା’ ବା ଖଣ୍ଡିଆ ଭଲ ହୋଇଥାଏ।

ମାସିକ ୠତୁସ୍ରାବରେ ଅତ୍ୟଧିକ ରକ୍ତସ୍ରାବକୁ କମ୍ କରେ ଦୁବ ଘାସ ରସ। ଅରୁଆ ଚାଉଳକୁ ପାଣିରେ ବତୁରାଇ ଦିଅନ୍ତୁ। ସେହି ପାଣିକୁ ଦୁବ ରସ ସହ ମିଶାଇ ପିଅନ୍ତୁ। ଅଧିକ ରକ୍ତସ୍ରାବ କମିଥାଏ।

ମହିଳାମାନେ ଦହିରେ ଦୁବ ଘାସ ରସ ମିଶାଇ ସେବନ କଲେ ଯୌନ ସଂକ୍ରମଣ ତଥା ଗୁପ୍ତାଙ୍ଗ ଜ୍ୱଳନ ସମସ୍ୟା ହ୍ରାସ ପାଏ।

ଚର୍ମ ସଂକ୍ରମଣ, ଶୁଷ୍କ ତ୍ୱଚା ପାଇଁ ଦୁବ ଘାସ ରସରେ ମହୁ ମିଶାଇ ଲଗାନ୍ତୁ।

ବାତ ରୋଗୀ ଦୁବ ଘାସ ରସରେ ଚନ୍ଦନ ମିଶାଇ ପିଅନ୍ତୁ।

Comment