ଓଡ଼ିଶାଲାଇଭ ବ୍ୟୁରୋ

କଲେଜ ହଷ୍ଟେଲରେ ଛାତ୍ରଙ୍କୁ ମାଡ଼। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ସମ୍ଵଲପୁର ଜିଲ୍ଲା ମଝିପାଲି ଅଞ୍ଚଳରେ ଥିବା ଏକ ଘରୋଇ ରେସିଡେନ୍ସିଆଲ କଲେଜରେ।

ଛାତ୍ର ଜଣକ ସେହି କଲେଜରେ ପ୍ରଥମ ବର୍ଷରେ ପଢୁଥିଲେ। ତାଙ୍କୁ ପ୍ରଥମ ବର୍ଷର ୩ ଓ ଦ୍ଵିତୀୟ ବର୍ଷର ଜଣେ ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ଏନେଇ ଛାତ୍ରଙ୍କ ପରିବାର ଲୋକ ଖବର ପାଇବା ପରେ ଶାସନ ଥାନାରେ ଏତଲା ଦେଇଛନ୍ତି। ଏହାସହ ଘଟଣା ସଂପର୍କରେ କଲେଜ କର୍ତ୍ତୃପକ୍ଷ ଅବିଭାବକଙ୍କ ଜଣାଇନଥିବାର ଅଭିଯୋଗ ମଧ୍ୟ ହୋଇଛି।

Comment