ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ଭୁବନେଶ୍ୱରରେ ହେବ ଓଡ଼ିଶା ଟୁରିଜିମ୍‌ କନକ୍ଲେଭ୍‌। ସକାଳ ୧୦ଟାରୁ ଓଡ଼ିଶାଲାଇଭ୍‌ରେ ସିଧାପ୍ରସାରଣ।

  • ସକାଳ ୧୦ଟାରେ ଉଦ୍‌ଘାଟନୀ ସମାରୋହ
  • ଉଦ୍‌ଯାପନୀ ସମାରୋହ ସନ୍ଧ୍ୟା ୬ଟାରେ
  • ୫ଟି ଟେକ୍‌ନିକାଲ ସେସନରେ ପର୍ଯ୍ୟଟନର ବିକାଶ ସମ୍ପର୍କରେ ଆଲୋଚନା
  • ହୋଟେଲ ଉଦ୍ୟୋଗୀଙ୍କ ସହ ଯୋଗଦେବେ ପର୍ଯ୍ୟଟନ କ୍ଷେତ୍ରର ଅଂଶୀଦାର
  • ଏବଂ ରାଜ୍ୟ ଓ କେନ୍ଦ୍ରର ପର୍ଯ୍ୟଟନ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀ

ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ସେପ୍ଟେମ୍ବର ୧୮ରେ ଭୁବନେଶ୍ୱରରେ ହେବ ମାନସମନ୍ଥନ। ଏଥିପାଇଁ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା (ଏଚଆରଏଓ) ପକ୍ଷରୁ ଆୟୋଜନ କରାଯାଉଛି ଓଡ଼ିଶା ଟୁରିଜିମ କନକ୍ଲେଭ୍। ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଏହି କନକ୍ଲେଭ ଆୟୋଜନ କରାଯାଉଛି।

ସକାଳ ୧୦ଟାରୁ ଏହି କନକ୍ଲେଭ ଆରମ୍ଭ ହେବ। ଦେଶ ବିଦେଶରୁ କିପରି ଅଧିକରୁ ଅଧିକ ପର୍ଯ୍ୟଟକମାନେ ଓଡ଼ିଶା ଆସିବେ ସେନେଇ ଦିନ ତମାମ୍ ମନ୍ଥନ ଚାଲିବ। ଏହି କନକ୍ଲେଭକୁ ସୋସିଆଲ ଏବଂ ଡିଜିଟାଲ ମିଡିଆ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ‘ଓଡ଼ିଶା ଲାଇଭ୍‌’ ପକ୍ଷରୁ ଲାଇଭ୍‌ ଷ୍ଟ୍ରିମିଂ କରାଯିବ।

ସକାଳ ୧୦ଟାରୁ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଓଡ଼ିଶାଲାଇଭ୍‌ର ଫେସ୍‌ବୁକ୍‌ ପେଜ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ସିଧାପ୍ରସାରଣ କରାଯିବ। ୟୁଟ୍ୟୁବ୍‌ରେ ଦର୍ଶକମାନେ  www.youtube.com/odishalive ରେ ଏହି କନକ୍ଲେଭର ଲାଇଭ୍‍ ଦେଖିପାରିବେ। ସେହିପରି ଫେସବୁକରେ www.facebook.com/odishalive ମଧ୍ୟ ଏହାର ସିଧା ପ୍ରସାରଣ ଦେଖିପାରିବେ।

ଏହି କନକ୍ଲେଭ୍‌ରେ ହୋଟେଲ ଉଦ୍ୟୋଗୀ, ଟୁର୍ ଅପରେଟର୍, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ, ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତି, ବିଭିନ୍ନ ଶିଳ୍ପସଂସ୍ଥାର ଅଧିକାରୀ, ବୁଦ୍ଧିଜୀବୀମାନେ ଯୋଗଦେଇ ଆଲୋଚନା କରିବେ। ଏହି କନକ୍ଲେଭ୍‌ରେ ୭ଟି ଅଧିବେଶନ ରହିଛି। ଓଡ଼ିଶା ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଏହି ଅଧିବେଶନରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରିବା ପାଇଁ ମାନସମନ୍ଥନ ହେବ।

ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମଧ୍ୟ ଉଦଘାଟନୀ ଉତ୍ସବରେ ଉପସ୍ଥିତ ରହିବେ। ତିନି ବର୍ଷ ଧରି ଏଚ୍‌ଆର୍‌ଏଓ ପକ୍ଷରୁ ଟୁରିଜିମ୍ କନକ୍ଲେଭ ଆୟୋଜନ କରାଯାଉଛି।

ଓଡ଼ିଶା ଟୁରିଜିମ କନକ୍ଲେଭର ଡିଜିଟାଲ ମିଡିଆ ପାର୍ଟନର ରହିଛି ଓଡ଼ିଶାର ଅଗ୍ରଣୀ ୱେବ ମିଡିଆ ଚ୍ୟାନେଲ ‘ଓଡ଼ିଶାଲାଇଭ’। ଓଡ଼ିଶାଲାଇଭର ସୋସିଆଲ ଓ ଡିଜିଟାଲ ଚ୍ୟାନେଲରେ ଲାଇଭଷ୍ଟ୍ରିମିଂ କରାଯିବ। ଅଧିବେଶନ ଆରମ୍ଭରୁ ସନ୍ଧ୍ୟା ପର୍ଯ୍ୟନ୍ତ ଦର୍ଶକମାନେ ଏହି କନକ୍ଲେଭ୍‍ର ସମ୍ପୂର୍ଣ୍ଣ ଲାଇଭ ଦେଖିପାରିବେ।

Comment