ଓଡ଼ିଶାଲାଇଭ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି) : ବାଲେଶ୍ଵରରେ ବଂଶୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଶେଷ ହୋଇଛି। ବୁଧବାର ଦିନ ଗୋଟାଏ ପନ୍ଦର ମିନିଟ୍ ସମୟରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟୀର ତିନି ନମ୍ବର ଲଞ୍ଚ୍ ପ୍ୟାଡରୁ ‘ବଂଶୀ’ର ସଫଳ ପରୀକ୍ଷଣ ହୋଇଛି। ଆକାଶ ମାର୍ଗରେ ଅସ୍ତ୍ରକୁ ଟାର୍ଗେଟ୍ କରି ‘ବଂଶୀ’ ସଫଳତା ହାସଲ କରିଛି।
ପଶ୍ଚିମବଙ୍ଗର କୋଲାଇକୁଣ୍ଡା ପରେ ବାଲେଶ୍ଵରରେ ଏହି ସ୍ଵଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ବୁଧବାର କୋଲେଇକୁଣ୍ଡାରୁ ସୁଖୋଇ ଜେଟ୍ ଦ୍ଵାରା ଆକାଶ ମାର୍ଗକୁ ଉତକ୍ଷେପଣ କରାଯାଇଥିଲା ଅସ୍ତ୍ର। ଏହାର କିଛି ସମୟ ପରେ ବାଲେଶ୍ଵରର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିର ତିନି ନମ୍ବର ଲଞ୍ଚିଂ ପ୍ୟାଡରୁ ବଂଶୀ ମିଜାଇଲ୍ ଉତକ୍ଷେପଣ କରାଯାଇ ଅସ୍ତ୍ରକୁ ଟାର୍ଗେଟ୍ କରାଯାଇଥିଲା।
ଆକାଶ ମାର୍ଗରେ ବଂଶୀ ସଫଳତାର ସହ ଅସ୍ତ୍ରକୁ ହିଟ୍ କରିଥିଲା। ମଙ୍ଗଳବାର ପଶ୍ଚିମବଙ୍ଗର ଏକ ଏୟାରବେସରୁ ଡିଆରଡିଓ ପକ୍ଷରୁ ‘ଅସ୍ତ୍ର’ ମିଶାଇଲର ସଫଳ ପରୀକ୍ଷଣ ହୋଇଥିଲା। ଆକାଶକୁ ନିକ୍ଷେପିତ କରାଯାଉଥିବା ଏହି କ୍ଷେପଣାସ୍ତ୍ର ‘ଅସ୍ତ୍ର’ର ଲକ୍ଷ୍ୟଭେଦ କ୍ଷମତା ରହିଛି ୭୦ କିମି। ଏହାର ପରୀକ୍ଷଣ ପାଇଁ ସୁଖୋଇ-୩୦ ଏମକେଆଇ ଲଢୁଆ ବିମାନ ବ୍ୟବହାର କରାଯାଇଥିଲା।












