ଓଡ଼ିଶାଲାଇଭ୍‌ ବ୍ୟୁରୋ

କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ କଥା ବୟାନବାଜି ଚାଲିଥିବା ମଧ୍ୟରେ ପାକିସ୍ତାନ ଭୃପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇ ପାରୁଥିବା ଗଜନବି କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଗତକାଲି ରାତିରେ ସଫଳତାର ସହ ପରୀକ୍ଷଣ କରାଯାଇଛି।

ଅଳ୍ପ ଦୂରଗାମୀ ଏହି କ୍ଷେପଣାସ୍ତ୍ର ୨୯୦ କିମି ଦୂରତାରେ ଳକ୍ଷ୍ୟଭେଦ କରିପାରିବ। ତା’ ସହିତ ବିଭିନ୍ନ ପ୍ରକାର ଅସ୍ତ୍ରବହନ କରିବା ଲାଗି ଏହି କ୍ଷେପଣାସ୍ତ୍ରର କ୍ଷମତା ରହିଛି।

ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ରାଷ୍ଟ୍ରପତି ଆରିଫ୍‌ ଆଲ୍ୱି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଚୀ ନିକଟସ୍ଥ ସୋନାମିୟାନି ପରୀକ୍ଷଣ ରେଂଜ୍‌ରେ କରାଯାଇଛି। ଏଥିପାଇଁ ନୌସେନା ଏବଂ ବାୟୁସେନା ପାଇଁ ଆଗୁଆ ସତର୍କ ଚେତାବନୀ ଜାରି କରାଯାଇଥିଲା।

ସେପଟେ ବାରମ୍ବାର ପାକିସ୍ତାନକୁ ଯୁଦ୍ଧ ଧମକ ଦେବା ପରେ ପାକିସ୍ତାନ ଯେଉଁ ମିସାଇଲ ପରୀକ୍ଷା କରିଛି ତାହା ଯୁଦ୍ଧ ପାଇଁ ପାକିସ୍ତାନର ପ୍ରାକ ପ୍ରସ୍ତୁତି ବୋଲି କୁହାଯାଉଛି। ନିକଟରେ ଇମ୍ରାନ ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଇଥିଲେ। ତାହାପରେ ପାକିସ୍ତାନର ରେଳ ମନ୍ତ୍ରୀ ସେଖ୍ ରସିଦ ବି ଯୁଦ୍ଧ କଥା କହିଥିଲେ।

Comment