ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ମମତା ମୋଦିଙ୍କୁ ଭେଟି କୁର୍ତ୍ତା ଓ ମିଠା ଉପହାର ଦେଇଛନ୍ତି।

ମମତା ସେପ୍ଟେମ୍ବର ୨୦ ଯାଏଁ ଦିଲ୍ଲୀ ଗସ୍ତରେ ଆସିଛନ୍ତି। ୧୭ ତାରିଖରେ ସେ ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ମୋଦିଙ୍କ ଜନ୍ମଦିନ ୧୭ ତାରିଖରେ ଥିବାରୁ ସାକ୍ଷାତ ହୋଇପାରି ନଥିଲା।

ଗତ ସାଧାରଣ ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ମୋଦି ଏବଂ ମମତାଙ୍କ ଭିତରେ ଜବରଦସ୍ତ ଲଢ଼େଇ ଦେଖିଥିଲେ ସାରା ଦେଶବାସୀ। ଏପରିକି ମୋଦି ପ୍ରଧାନମନ୍ତ୍ରୀ ହେଲା ପରେ ବି ମମତା ମୋଦିଙ୍କ ନୀତି ନିୟମକୁ ଗ୍ରହଣ କରି ନଥିଲେ।

ବିଗତ ଦିନରେ ମୋଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଡାକିଥିଲେ। ହେଲେ ମମତାଙ୍କୁ କୌଣସି ବୈଠକରେ ଦେଖିବାକୁ ମିଳି ନଥିଲା। ମମତା ସବୁବେଳେ ମୋଦି ସରକାରଙ୍କୁ ସମାଲୋଚନା କରି ଆସୁଥିଲେ। ହେଲେ ମୋଦି-ଦିଦିଙ୍କ ଆଜିର ଭେଟ୍‌ଘାଟ୍‌ ରାଜନୀତିରେ ଅନେକ ଗୁରୁତ୍ୱ ବହନ କରୁଛି।

Comment