ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ବସିବା ପାଇଁ ସବୁଠି ଚେୟାର ଖୋଜିବାକୁ ପଡ଼ିବ ନାହିଁ। ଆପଣ ଏବେ ଯେଉଁଠି ଚାହିଁବେ ସେଠି ଚେୟାରରେ ବସି ପାରିବେ।

ବଜାରରେ ଲଞ୍ଚ୍ ହୋଇଛି ଏକ ଓ୍ୱେରେବୁଲ ଚେୟାର୍। ଏହା ଏହି ଚେୟାରକୁ ଅଣ୍ଟାରେ ସଂଯୋଗ କରାଯାଇଥାଏ। ଯେତେବେଳେ ବି ବସିବାକୁ ଚାହିଁବେ ଚେୟାର୍ ଆପେ ଆପେ ଖୋଲିଯିବ। ଏବଂ ଚେୟାର ଭଳି ହୋଇଯିବ। ଏଥିରେ କେବଳ ଦୁଇଟି ଷ୍ଟାଣ୍ଡ ବା ଗୋଡ଼ ରହିଛି।

ନିକଟରେ ଓ୍ୱେରେବୁଲ ଚେୟାର୍‌ର ଏକ ଭିଡିଓ ଟେକ୍ ଇନସାଇଡର୍ କମ୍ପାନି ଅପ୍‌ଲୋଡ କରିଥିଲା। ଭିଡିଓରେ ଚେୟାରର ବ୍ୟବହାର ସମ୍ପର୍କରେ ସମସ୍ତ ବିବରଣୀ ରହିଛି।

ଏହି ଚୌକି ୨୬୫ ପାଉଣ୍ଡ୍ ଅର୍ଥାତ୍ ୧୨୦ କିଲୋଗ୍ରାମ୍ ଓଜନର ଭାର ସମ୍ଭାଳି ପାରିବ। ଏହାକୁ ଗୋଟିଏ ପତଳା କନାରେ ତିଆରି କରାଯାଇଛି ଯେଉଁଥିରେ ୨ଟି ଛୋଟ ଷ୍ଟାଣ୍ଡ୍ ଖଞ୍ଜାଯାଇଛି। ଚୌକିର ଓଜନ ପ୍ରାୟ ୧.୫ କିଲୋଗ୍ରାମ୍ (୩ ପାଉଣ୍ଡ୍) ହେବ। ଏହା ବହୁତ ହାଲକା।

ଚୌକିର ଭାରତୀୟ ମୂଲ୍ୟ ରହିଛି ୧୩ ହଜାର ୨୪୦ ଟଙ୍କା।

Comment