ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟମାନେ ଅଶ୍ୱଗନ୍ଧାକୁ ଆର୍ୟୁବେଦିକ ଚିକିତ୍ସାରେ ବ୍ୟବହାର କରିଥା’ନ୍ତି। ଶହ ଶହ ବର୍ଷ ପୂର୍ବରୁ ଅଶ୍ୱଗନ୍ଧାକୁ ହର୍ବାଲ ଉପଚାର ରୂପେ ବ୍ୟବହାର କରାଯାଇ ଆସୁଛି। ଅଶ୍ୱଗନ୍ଧାରେ ଫ୍ଲେବୋନଏଡ୍ ଓ ଆଣ୍ଟିଅକ୍ସିଡାଣ୍ଟ୍ ଭଳି ଅନେକ ଲାଭକାରୀ ତତ୍ତ୍ୱ ରହିଛି। ଯାହା ବିଭିନ୍ନ ଶାରୀରିକ ସମସ୍ୟାରେ ମ୍ୟାଜିକ୍‌ ଭଳି କାମ କରିଥାଏ।

ସ୍ମରଣଶକ୍ତି ପ୍ରଖର

ଅନୁସନ୍ଧାନରୁ ଜଣାପଡ଼ିଛି, ଏହା ମସ୍ତିଷ୍କରେ ନ୍ୟୁରୋଲଜିକାଲ ଟ୍ରାନ୍ସମିଶନରେ ସୁଧାର ଆଣିବାରେ ସହାୟକ ହୋଇଥାଏ। ଏହାଛଡ଼ା ସ୍ମରଣଶକ୍ତି ପ୍ରଖର କରିବାରେ ମଧ୍ୟ ଏହା ବେଶ୍ ଲାଭକାରୀ।

ହୃଦରୋଗ ସମସ୍ୟା

ଅଶ୍ୱଗନ୍ଧାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏଲ୍ଡିଏଲ୍ ଅକ୍ସିକରଣରେ ହ୍ରାସ ଆଣିଥାଏ, ଯଦ୍ୱାରା ହୃଦରୋଗର ଆଶଙ୍କା ଦୂର ହୁଏ । ଏହା ମଧୁମେହ ରୋଗୀଙ୍କଠାରେ ମୋତିଆବିନ୍ଦୁ ଭଳି ସମସ୍ୟାରୁ ଦୂରେଇ ରଖେ ।

କ୍ୟାନସର

ଅଶ୍ୱଗନ୍ଧାରେ ମହଜୁଦ୍ ଆଣ୍ଟିଅକ୍ସିଡାଣ୍ଟ କ୍ୟାନସରକୁ ରୋକିବାରେ ମଧ୍ୟ ସହାୟକ ହୋଇଥାଏ, କିନ୍ତୁ ବିନା ଡାକ୍ତରୀ ପରାମର୍ଶରେ ଏହାର ଉପଯୋଗ ବିପଦପୂର୍ଣ୍ଣ ।

ଗର୍ଭବତୀ ମହିଳା

କେବଳ ସେତିକି ନୁହେଁ, ଗର୍ଭବତୀ ମହିଳାଙ୍କୁ ଏହାର ସେବନ ପାଇଁ ବିଶେଷ ଭାବେ ପରାମର୍ଶ ଦିଆଯାଇଛି । ଏହା ମା’ର ରକ୍ତକୁ ଶୁଦ୍ଧ କରିବା ଓ ତା’ର ପ୍ରତିରକ୍ଷା ପ୍ରଣାଳୀକୁ ମଜଭୁତ୍ କରିବାରେ ସାହାଯ୍ୟ କରେ।

ମନକୁ ଶାନ୍ତ ରଖେ

ଏହାଛଡ଼ା ଅଶ୍ୱଗନ୍ଧା ମନକୁ ଶାନ୍ତ ରଖିବା ଓ ଆରାମଦାୟକ ନିଦ ପାଇଁ ସାହାଯ୍ୟ କରେ। ଆୟୁର୍ବେଦିକ ଚିକିତ୍ସାରେ ଏହା ଏକ ଟନିକ୍ ଭଳି ଅବସାଦକୁ ରୋକିବା ଓ ସହନଶକ୍ତିକୁ ବୃଦ୍ଧି କରିଥାଏ। ଏହା ବୟସ ବଢ଼ିବା ପ୍ରକ୍ରିୟାକୁ ମଧ୍ୟ ଧିମା କରିଥାଏ।

Comment