ଓଡ଼ିଶାଲାଇଭ୍ ବ୍ୟୁରୋ

ଓଷ୍ଟ୍ରିଚ୍ ଆଉ ଏମୁ ପରେ ଅଷ୍ଟ୍ରେଲିଆର ତୃତୀୟ ସର୍ବବୃହତ ପକ୍ଷୀ ହେଲା କାସଓ୍ୱରୀ। ମୁଣ୍ଡ ଉପରେ ମୁକୁଟ ଭଳି ଶିଙ୍ଘ ଥିବା ଏହି ବିଚିତ୍ର ପକ୍ଷୀ ରେଟାଇସ୍ ପ୍ରଜାତିର। ଅଷ୍ଟ୍ରେଲିଆ ଆଉ ନ୍ୟୁ ଗୁଆନାରେ ବିଶେଷକରି ଏହି ପ୍ରଜାତିର ପକ୍ଷୀ ଦେଖିବାକୁ ମିଳନ୍ତି।

ପ୍ରାୟ ୪୦ରୁ ୫୦ ବର୍ଷ ଜୀବନକାଳ ଥିବା କାସଓ୍ୱରୀ ପକ୍ଷୀଙ୍କ ଶରୀରର ଲମ୍ବ ପ୍ରାୟ ଦେଢ଼ରୁ ଦୁଇ ମିଟର ଏବଂ ଓଜନ ୬୦ କିଲୋଗ୍ରାମ୍।

ବର୍ତ୍ତମାନ ସୁଦ୍ଧା କାସଓ୍ୱରୀର ତିନି ପ୍ରକାର ପ୍ରଜାତି ଦେଖିବାକୁ ମିଳିଛି। ଯଥା, ଦକ୍ଷିଣୀ ବା ଅଷ୍ଟ୍ରେଲିୟ କାସଓ୍ୱରୀ, ଉତ୍ତରୀ କାସଓ୍ୱରୀ ଏବଂ ଛୋଟ କାସଓ୍ୱରୀ ।

ଦକ୍ଷିଣୀ କାସଓ୍ୱରୀ ବିଶ୍ୱର ତୃତୀୟ ଲମ୍ବା ଆଉ ଦ୍ୱିତୀୟ ଭାରି ପକ୍ଷୀ ଅଟେ। କିନ୍ତୁ ଏମୁ ଓ ଓଷ୍ଟ୍ରିଚଠାରୁ କ୍ଷୁଦ୍ର।

କାସଓ୍ୱରୀ ଫଳ, ଗଛ, ଡାଳ, ପତ୍ର ସହିତ ମାଛ, ମୁଷା, ବେଙ୍ଗ ଆଦି ସବୁ ପ୍ରକାର ଜୀବ, ପୋକଜୋକ ଖାଇଥାଏ।

Cassowary

ଲାଜୁଆ ସ୍ଵଭାବର କାସଓ୍ୱରୀ ପକ୍ଷୀ ପରିସ୍ଥିତି ଅନୁଯାୟୀ ଭୟଙ୍କର ବି ହୋଇଯାଏ।

ଏହି ପକ୍ଷୀ ଘନ ଜଙ୍ଗଲରେ ଲୁଚି ରହନ୍ତି। ଆବଶ୍ୟକ ପଡ଼ିଲେ ଘଣ୍ଟାକୁ ୫୦ କିଲୋମିଟର ବେଗରେ ଦୌଡ଼ି ପାରନ୍ତି ଏବଂ ଦେଢ଼ ମିଟର ଉଚ୍ଚତାରୁ ଲମ୍ପ ବି ମାରିପାରନ୍ତି।

ଏହି ବିଶାଳକାୟ ପକ୍ଷୀ ଉଡ଼ିପାରେନି କିନ୍ତୁ ପହଁରିବାରେ ଧୁରନ୍ଧର।

ସ୍ତ୍ରୀ ପ୍ରଜାତିର କାସଓ୍ୱରୀ ଥରକରେ ୩ରୁ ୫ଟି ଅଣ୍ଡା ଦିଅନ୍ତି। ଅଣ୍ଡାର ରଙ୍ଗ ସବୁଜ ଆଉ ନୀଳ ରଙ୍ଗର ହୋଇଥାଏ। ଆକାର ୧୦ରୁ ୧୫ ସେମି।

ସ୍ତ୍ରୀ ପ୍ରଜାତିର କାସଓ୍ୱରୀ ପକ୍ଷୀ ଦେଖିବାକୁ ଖୁବ୍ ଆକର୍ଷଣୀୟ ଏବଂ ରଙ୍ଗୀନ। ସେମାନଙ୍କ ମୁଣ୍ଡ ଉପରେ ମୁକୁଟ ଭଳି ଗୋଟିଏ ଶିଙ୍ଘ ରହିଥାଏ, ଯାହା ସେମାନଙ୍କର ବିଶେଷ ପରିଚୟ। ଏଥିପାଇଁ ଦୌଡ଼ିବା ସମୟରେ ମୁଣ୍ଡ ପୋତି ଦୌଡ଼ନ୍ତି ଏମାନେ। ମୁଣ୍ଡ ଆଘାତରୁ ସୁରକ୍ଷା କରେ ଏହି ଶିଙ୍ଘ।

Comment